ସକ୍ରିୟ ଛାୟାପଥ(Galactic) କେନ୍ଦ୍ର

-Preity Sukla Sahani and Nabendu Sekhar Mishra

ଇଂରାଜୀ ରେ ଏହି ଲେଖା କୁ ପଢ଼ିବା ପାଁଇ ଏଠାରେ କ୍ଲିକ୍ କରନ୍ତୁ ।


ବ୍ରହ୍ମାଣ୍ଡରେ ଥିବା ଏକ ନିୟୁତ ଛାୟାପଥ(Galaxy) ମଧ୍ୟରୁ ଆକାଶଗଙ୍ଗା ଛାୟାପଥରେ ଆମ ଗ୍ରହ ଅବସ୍ଥିତ | ଏଥିମଧ୍ୟରୁ କିଛି ଛାୟାପଥ ଅଛି, ଯାହାର ଏକ ସକ୍ରିୟ କେନ୍ଦ୍ରୀୟ ଅଞ୍ଚଳ ଅଛି । ଏହି ଅଞ୍ଚଳ ଗୁଡିକ ରେଡିଓ ରଶ୍ମି ଠାରୁ ରଞ୍ଜନରଶ୍ମି ବା ଏକ୍ସ-ରେ ପର୍ଯ୍ୟନ୍ତ ବିଦ୍ୟୁତ୍-ଚୁମ୍ବକୀୟ ବର୍ଣ୍ଣାଳୀରେ ବିକିରଣ ପ୍ରଦାନ କରନ୍ତି | ଏଗୁଡ଼ିକର କେନ୍ଦ୍ର ଗୁଡ଼ିକ ଅତ୍ୟନ୍ତ ଘନ ଏବଂ ଏହାକୁ ସକ୍ରିୟ ଛାୟାପଥ କେନ୍ଦ୍ର ବା AGN କୁହାଯାଏ | କେନ୍ଦ୍ରରେ ଥିବା ବିଶାଳକାୟ କୃଷ୍ଣ ଗର୍ତ୍ତ ଏହି ସକ୍ରିୟ ଛାୟାପଥ କେନ୍ଦ୍ରର ଚାଳକ ରୂପରେ କାର୍ଯ୍ୟ କରନ୍ତି ।

ସକ୍ରିୟ ଛାୟାପଥ କେନ୍ଦ୍ର ଗୁଡ଼ିକୁ ତିନୋଟି ବ୍ୟାପକ ଶ୍ରେଣୀରେ ବିଭକ୍ତ କରାଯାଇପାରେ :


୧. ସିଫର୍ଟ ଛାୟାପଥ (Seyfert galaxies):


ଏଗୁଡ଼ିକ ହେଉଛି ଅସ୍ୱାଭାବିକ ଉଜ୍ଜ୍ୱଳ କେନ୍ଦ୍ରୀୟ ଅଂଶ ବିଶିଷ୍ଟ ଆପାତତଃ କୁଣ୍ଡଳୀ ଆକୃତିର ଛାୟାପଥ | ସେମାନଙ୍କର କେନ୍ଦ୍ରର ବର୍ଣ୍ଣାଳୀର ବିସ୍ତୃତ ଭାବରେ ଅଧ୍ୟୟନ, ସେମାନଙ୍କର ପ୍ରକୃତି ବିଷୟରେ ଆମକୁ ସବିଶେଷ ତଥ୍ୟ ପ୍ରଦାନ କରେ | ସେଥିରେ ଅନେକଗୁଡ଼ିଏ ଉତ୍ସର୍ଜନ ରେଖା (emission lines)ରହିଥାଏ, ଯାହା ବିସ୍ତୃତ ଅଟେ । ଛାୟାପଥର କେନ୍ଦ୍ରରେ ଥିବା ବିଶାଳକାୟ କୃଷ୍ଣ ଗର୍ତ୍ତର ଉଚ୍ଚ ହାରରେ ଅଭିବୃଦ୍ଧି ହେତୁ ଏହି ବିସ୍ତାରଣ ଘଟି ଥାଏ| 

ସିଫର୍ଟ ଛାୟାପଥ M77 ର ପ୍ରତିଛବି |

୨. ରେଡ଼ିଓ ଛାୟାପଥ (Radio Galaxies):

ଏଗୁଡିକ ସାଧାରଣତଃ ଅଣ୍ଡାକାର ବା ଉପବୃତ୍ତାକାର (elliptical) ଛାୟାପଥ । ଏଗୁଡିକ ଅପ୍ଟିକାଲ୍ ବ୍ୟାଣ୍ଡରେ ଉଲ୍ଲେଖଯୋଗ୍ୟ ବିକିରଣ ସୃଷ୍ଟି କରନ୍ତି ନାହିଁ କିନ୍ତୁ ରେଡିଓ ବ୍ୟାଣ୍ଡରେ ଆପେକ୍ଷିକ ପ୍ଳାସମାର ବିଶାଳ ଲୋବ୍ ଦେଖାଯାଏ | ରେଡିଓ ଗାଲାକ୍ସିଗୁଡିକ ବ୍ୟାପକରେ ନିମ୍ନ ଭାବରେ ଶ୍ରେଣୀଭୁକ୍ତ ହୋଇଛି :

FR-I କିମ୍ବା Fanaroff Riley-I ଛାୟାପଥ :


ଏହାକୁ ଧାର-ଅନ୍ଧାର (edge-darkened) ବା କେନ୍ଦ୍ର-ଉଜ୍ଜ୍ୱଳ (centre-brightened) ଛାୟାପଥ ମଧ୍ୟ କୁହାଯାଏ | ଏଗୁଡିକ ପର ପରି ଅଂଶ ପ୍ରଦର୍ଶନ କରି ଥାନ୍ତି |


FR-I ଗାଲାକ୍ସି 3C31 ର ପ୍ରତିଛବି |

FR-II କିମ୍ଵା Fanaroff Riley-II ଛାୟାପଥ :

ଏହାକୁ ଧାର-ଉଜ୍ଜ୍ୱଳ (edge-brightened) କିମ୍ବା କେନ୍ଦ୍ର-ଅନ୍ଧକାର (centre-darkened) ଛାୟାପଥ ମଧ୍ୟ କୁହାଯାଏ | ଏଗୁଡିକ ଲୋବ୍ ପ୍ରଦର୍ଶନ କରିଥାନ୍ତି | ପ୍ଳାସମାରୁ ନିର୍ଗତ ଆପେକ୍ଷିକ ଇଲେକ୍ଟ୍ରୋନ ଗୁଡିକ ନକ୍ଷତ୍ରମାନଙ୍କ ମଧ୍ୟବର୍ତ୍ତୀ ମାଧ୍ୟମକୁ ଆଘାତ କରି ଆଲୋକ ଆକାରରେ ଶକ୍ତି ହରାଇବା ହେତୁ ହଟସ୍ପଟ୍ ଉତ୍ପନ୍ନ ହୋଇଥାଏ |


FR-II ଗାଲାକ୍ସି 3C98 ର ପ୍ରତିଛବି |


୩. ଅର୍ଦ୍ଧ-ନାକ୍ଷତ୍ରିକ ରେଡ଼ିଓ ବସ୍ତୁ(Quasi Stellar Radio Sources) ବା କ୍ୱାସାର(Quasar) :


3C273ର ପ୍ରତିଛବି |

କ୍ୱାସାର ଗୁଡ଼ିକ ସୁଦୂର ତାରାପୁଞ୍ଜରୁ ଆସୁଥିବା ଆଲୋକର ଦୀର୍ଘତର ତରଙ୍ଗ ଦୈର୍ଘ୍ୟକୁ ବିସ୍ଥାପିତ ହେଉଥିବା ବର୍ଣ୍ଣାଳୀ ରେଖା ଏବଂ ଏହାର କେନ୍ଦ୍ର ଅତ୍ୟନ୍ତ ଉଜ୍ଜଳ ହୋଇଥିବାରୁ ଏକ ନକ୍ଷତ୍ର ସଦୃଶ ଦେଖାଯାଏ । ମୁଖ୍ୟ ନକ୍ଷତ୍ରପୁଞ୍ଜ ତୁଳନାତ୍ମକ ଭାବରେ କମ୍ ଉଜ୍ଜ୍ବଳ ଏବଂ ସହଜରେ ଦୃଶ୍ୟମାନ ହୁଏ ନାହିଁ । ସିଫର୍ଟ ଛାୟାପଥଠାରୁ ସେଗୁଡ଼ିକର ଉଜ୍ଜ୍ବଳତା ଅଧିକ ଯାହା କ୍ୱାସାର ଗୁଡ଼ିକର କମ୍ ହିଂସାତ୍ମକ ସଂସ୍କରଣ ଭାବରେ ବିବେଚନା କରାଯାଇପାରେ। ସିଫର୍ଟ ଛାୟାପଥ ପରି କ୍ୱାସାର କ୍ଷେତ୍ରରେ ତ୍ୱରଣର ବେଗ ଅଧିକ ଅଟେ । ସେଥି ମଧ୍ୟରୁ କେତେକ ଜେଟ୍ ସଦୃଶ ରୈଖିକ ବୈଶିଷ୍ଟ୍ୟ ପ୍ରଦର୍ଶନ କରନ୍ତି।

ଜେଟ୍ ସହିତ କ୍ୱାସର୍ 3C273 |


ରେଡ଼ିଓ ମହାକାଶ ବିଜ୍ଞାନ ଏବଂ ଏକାଧିକ ତରଙ୍ଗ ଦୈର୍ଘ୍ୟ ପରି କ୍ଷେତ୍ରର ଅଧ୍ୟୟନ ନିମନ୍ତେ ବ୍ୟବହୃତ କ୍ଷେତ୍ର ମାନଙ୍କ ମଧ୍ୟରେ ସକ୍ରିୟ ଛାୟାପଥ କେନ୍ଦ୍ର ଅନ୍ୟତମ । ଭୂମି-ଆଧାରିତ (ground-based) ଦୂରବୀକ୍ଷଣ ଯନ୍ତ୍ର ଏବଂ ମହାକାଶୀୟ (space-based) ଦୂରବୀକ୍ଷଣ ଯନ୍ତ୍ର ସହିତ ଜଡିତ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଆମକୁ ସେଗୁଡ଼ିକ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିଥାଏ |

References:

  1. Arnab Rai Choudhuri-Astrophysics for Physicists
  2. https://www.wikiwand.com/en/Messier_77
  3. https://www.researchgate.net/figure/Quasar-3C-273-The-panels-show-radio-optical-and-X-ray-images-of-3C-273-and-its-jet_fig1_33429481
  4. https://esahubble.org/images/potw1346a/
  5. https://en.wikipedia.org/wiki/Radio_galaxy#/media/File:Radio_galaxy_3C31.png
  6. https://en.wikipedia.org/wiki/Radio_galaxy#/media/File:Radio_galaxy_3C98.png


Written By-
Preity Sukla Sahani and Nabendu Sekhar Mishra

Post a Comment

0 Comments
* Please Don't Spam Here. All the Comments are Reviewed by Admin.