ଆମ୍ବ, କିମ୍ଵା ମାଙ୍ଗିଫେରା ଇଣ୍ଡିକା, ଭିଟାମିନ ଏବଂ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ ଏକ ସମ୍ପୂର୍ଣ୍ଣ ଫଳ। ଏଥିରେ ପ୍ରାକୃତିକ ଶର୍କରା ପ୍ରଚୁର ପରିମାଣରେ ଥାଏ। ସେଗୁଡିକରେ ଯଥେଷ୍ଟ ପରିମାଣରେ ତନ୍ତୁ, ଭିଟାମିନ ବି6, ବି12, ମାଗ୍ନେସିଅମ ଏବଂ ପୋଟାସିଅମ ମଧ୍ୟ ଥାଏ। ପାଇରିଡୋକ୍ସିନ୍ (ବି ୬) ମସ୍ତିଷ୍କରେ ସେରୋଟୋନିନ୍ ଓ ଡୋପାମାଇନ୍ ର ସଂଶ୍ଳେଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ନିଦ୍ରା ନିୟନ୍ତ୍ରଣରେ ନ୍ୟୁରୋଟ୍ରାନ୍ସମିଟର ଡୋପାମାଇନ୍ କାର୍ଯ୍ୟ କରେ। ଏହା ପିନିଆଲ୍ ଗ୍ରନ୍ଥି ଉପରେ କାର୍ଯ୍ୟ କରି ମେଲାଟୋନିନ୍ କ୍ଷରଣ କରିବାକୁ ଉତ୍ସାହିତ କରେ, ଯାହା ମଣିଷ ଶରୀରେ 'ସର୍କାଡିଆନ୍ ରିଦିମ୍ ' ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରୀୟ - ଜୈବିକ ପ୍ରକ୍ରିୟାର ସିରିଜ୍ ଯାହା ମସ୍ତିଷ୍କ କାର୍ଯ୍ୟକଳାପକୁ ଦିନର ସମୟ ସହିତ ଖାପ ଖୁଆଇବାକୁ ସକ୍ଷମ କରେ। ସେରୋଟୋନିନ୍ ହେଉଛି ଆଧୁନିକ ସ୍ନାୟୁ ବିଜ୍ଞାନର ପ୍ରଥମ ହାଇପୋଥେସାଇଜ୍ ନିଦ୍ରା- ପ୍ରୋତ୍ସାହିତ ପଦାର୍ଥ। କୋବାଲାମିନ୍( ବି ୧୨) ସର୍କାଡିଆନ୍ ରିଦିମ୍ କୁ ସମନ୍ଵିତ କରି ରଖିବାରେ ସାହାଯ୍ୟ କରେ ଏବଂ ଅବସାଦର ବିପଦକୁ ମଧ୍ୟ ହ୍ରାସ କରିଥାଏ, ଏକ ସ୍ୱାସ୍ଥ୍ୟ ଅବସ୍ଥା ଯାହା ନିଦ୍ରା-ଜାଗ୍ରତ ପ୍ରକ୍ରିୟାକୁ ବାଧା ଦେଇପାରେ। ମାଗ୍ନେସିୟମ୍ ସ୍ନାୟୁ ଆବେଗକୁ ମନ୍ଥରକରି ଏବଂ ମାଂସପେଶୀକୁ ଆରାମ ଦେଇ ସ୍ନାୟୁ କାର୍ଯ୍ୟକଳାପ ହ୍ରାସ କରେ। ପୋଟାସିୟମ ହେଉଛି ଏକ ଖଣିଜ ଏବଂ ପ୍ରାକୃତିକ ମାଂସପେଶୀ ଆରାମ କାରକ। ତେଣୁ ଆମ୍ବ ଅନିଦ୍ରାକୁ ରୋକିବାରେ ସାହାଯ୍ୟ କରିବ ଏବଂ ରାତିରେ ଏକ ଉତ୍ତମ ନିଦ୍ରା ଯୋଗାଇବ ବୋଲି ଚିନ୍ତା କରାଯାଏ। କେତେକ ଦେଶରେ ଆମ୍ବକୁ ଏକ ପ୍ରାକୃତିକ ନିଦ୍ରା ସହାୟକ ଭାବେ ଶୋଇବା ପୂର୍ବରୁ ଖିଆଯାଇଥାଏ। ଆମ୍ବ ମଧ୍ୟ ଏକ ଶକ୍ତିଶାଳୀ କର୍କଟ ନିରୋଧୀ ଖାଦ୍ୟ ଏବଂ ଫୁସଫୁସ, ସ୍ତନ୍ୟ, କୋଲୋନ୍, ପ୍ରୋଷ୍ଟେଟ୍, ରକ୍ତ ଏବଂ ମୁଖ କର୍କଟକୁ ରୋକିବାରେ ସାହାଯ୍ଯ କରିବା ଫଳ ଭାବେ ବିଶେଷ ଭାବେ ଜଣାଶୁଣା।
ଉତ୍ସ:-
- https://www.sleepjunkie.com/benefits-of-eating-mango-at-night/
- https://www.medicalmedium.com/blog/mango
Written By-
Chinmay Kumar Sahoo