ମାନବ ସଭ୍ୟତା ଶକ୍ତିର ଅନେକ ଉତ୍ସ ରହିଛି ଯେପରିକି ଜଳ ବିଦ୍ୟୁତ୍, ପବନ, ଟର୍ବାଇନ, ରାସାୟନିକ ଶକ୍ତି, ପରମାଣୁ ଶକ୍ତି ଏବଂ ଅନେକ | କିନ୍ତୁ ତଥାପି, ଆମେ ପିଢ଼ି ୧.୦ ରେ ହିଁ ଅଛୁ | ଏହି ସମଗ୍ର ବ୍ରହ୍ମାଣ୍ଡରେ, ଆମେ କହି ପାରିବୁ ନାହିଁ ଯେ ଆମେ କେବଳ ଏକମାତ୍ର, ଯେଉଁମାନେ ଏଠାରେ ଜୀବ ଭାବରେ ଅଛନ୍ତି | ଆମେ କେବେ ସେହି ଶକ୍ତିର ରୂପ ପାଇପାରିବା ଯାହା ଏକ ଅସୀମ ଉତ୍ସ ହୋଇଥିବ ? ଚାଲ ତାହା ବିଷୟରେ ଆଲୋଚନା କରିବା.....
ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ, ଡାର୍କ ମ୍ୟାଟର(Dark Matter) ଓ ଡାର୍କ ଏନର୍ଜି (Dark Energy) ହେଉଛି ବ୍ରହ୍ମାଣ୍ଡର ଲୁକ୍କାୟିତ ଅଂଶ ଯାହାକି ବହୁ ସଂଖ୍ୟାରେ ବ୍ରହ୍ମାଣ୍ଡ ସମୟ ଓ ଅନ୍ତରୀକ୍ଷକୁ ପ୍ରଭାବିତ କରିଥାଏ |
ଡାର୍କ ମ୍ୟାଟର(Dark Matter)
ଯୁଗ ଆରମ୍ଭ ହେଲା ଯେତେବେଳେ ବୈଜ୍ଞାନିକମାନେ ଆମର ନିକଟତମ ତାରକାପୁଞ୍ଜ ଆଣ୍ଡ୍ରୋମେଡାରେ ବ୍ରହ୍ମାଣ୍ଡର ଘୂର୍ଣ୍ଣନ ବକ୍ରରେ ଅସମାନତା ଦେଖିଲେ, ଯାହା ଆମଠାରୁ ମାତ୍ର ୨.୫ ବିଲିୟନ ବର୍ଷ ପୂର୍ବେ | ନ୍ୟୁଟୋନିୟନ୍ ମାଧ୍ୟାକର୍ଷଣ ନିୟମ ଅନୁଯାୟୀ, ଆମେ ସୂର୍ଯ୍ୟଠାରୁ ଯେତେ ଦୂର ଗତି କରୁ, ସୂର୍ଯ୍ୟ ଚାରିପଟେ ସେତେ କମ ବେଗ ରେ ଗତି କରିଥାଉ | କିନ୍ତୁ ଯେତେବେଳେ ଆମେ ଆଣ୍ଡ୍ରୋମେଡାର ଧାରା ରେ ଥିବା ତାରାଗୁଡ଼ିକ ସହ ଏହାର ମଧ୍ୟଭାଗରେ ଥିବା ତାରାଗୁଡ଼ିକ ମଧ୍ୟରେ ଗତି ତୁଳନା କରିଲୁ, ଆମେ ଜାଣିଲୁ ଯେ ସେମାନଙ୍କ ମଧ୍ୟରେ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଅର୍ଥାତ ସେମାନେ ସମାନ ଗ୍ରାଫ୍ ପ୍ରଦର୍ଶନ କରୁଛନ୍ତି | କେବଳ ଆଣ୍ଡ୍ରୋମେଡା ନୁହେଁ ଆମର ନିଜସ୍ୱ ତାରକାପୁଞ୍ଜ ଏବଂ ଅନ୍ୟାନ୍ୟ ତାରକାପୁଞ୍ଜ ମଧ୍ୟ ଏହି ଘୁର୍ଣନ ବକ୍ରରେ ସମାନ ପ୍ରକାରର ଗ୍ରାଫ୍ ପ୍ରଦର୍ଶନ କରୁଛନ୍ତି | ତେଣୁ, ଏପରି କିଛି ଅଛି ଯାହା ଆମ ସୂର୍ଯ୍ୟଙ୍କ ଅପେକ୍ଷା ଓ Red Giant ଅପେକ୍ଷା ଅଧିକ ମାଧ୍ୟାକର୍ଷଣ ବଳ ଉପଯୋଗ କରୁଛି, କାରଣ ହିସାବ ଅନୁଯାୟୀ ଆମର ପଡ଼ୋଶୀ ଗ୍ୟାଲେକ୍ସିର ସମସ୍ତ ତାରାର ମାଧ୍ୟାକର୍ଷଣ ବଳ ମଧ୍ୟ ଏହାର ଘୂର୍ଣ୍ଣନ ବକ୍ରକୁ ସମାନ ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ | ତେବେ, ସେ କିଏ ? ଆଜି ଏହାକୁ ଡାର୍କ ମ୍ୟାଟର(Dark Matter) ଦ୍ୱାରା ସୂଚିତ କରାଯାଇଛି ଏବଂ ଆମେ ଏହାକୁ ଜ୍ୟୋତିର୍ବିଜ୍ଞାନ ମେଘ କିମ୍ବା ବସ୍ତୁ ଭାବରେ ଚିହ୍ନଟ କରିପାରିବୁ ନାହିଁ କାରଣ ଏହା ଆମ ସହିତକୌଣସି ପାରସ୍ପରିକ କ୍ରିୟା କରୁନାହିଁ କିନ୍ତୁ ଅନ୍ତରୀକ୍ଷ-ସମୟକୁ ଏହା ପ୍ରଭାବିତ କରୁଛି |
Rotation Curve (Speed Vs Distance) |
ଡାର୍କ ମ୍ୟାଟର(Dark Matter) ର ଅନ୍ୟ ଏକ ଉଦାହରଣ ହେଉଛି- ଆପଣ ହୁଏତ କିଛି ତାରକାପୁଞ୍ଜ ଚିତ୍ରକୁ ବିକୃତ ଭଙ୍ଗରେ ଦେଖିଥିବେ, ତେବେ ଏହା କାହା ଦ୍ୱାରା ସମ୍ଭବ ଏବଂ କିପରି? ଏହାର, ଉତ୍ତର ହେଉଛି ଡାର୍କ ମ୍ୟାଟର(Dark Matter) ଉପସ୍ଥିତି ହେତୁ ମାଧ୍ୟାକର୍ଷଣୀୟ ଲେନସିଂ(Gravitational Lensing) ର ପ୍ରଭାବ | ଆମେ ସମସ୍ତେ ଜାଣୁ ଯେ ଆଲୋକ ମାଧ୍ୟାକର୍ଷଣ ବଳର ପ୍ରଭାବରୁ ରକ୍ଷା ପାଇପାରିବ ନାହିଁ, ତେଣୁ ଯେତେବେଳେ ଏକ ଉଚ୍ଚ ମାଧ୍ୟାକର୍ଷଣ ବଳ ଏବଂ ଆଲୋକ କିରଣ ଏହା ଦେଇ ଆସିବାକୁ ପଡେ, ସେତେବେଳେ ଏହି ଡାର୍କ ମ୍ୟାଟର(Dark Matter) ପ୍ରଭାବରେ ବିକୃତ ହେଇଥିବା ଅନ୍ତରୀକ୍ଷ-ସମୟ, ଆଲୋକକୁ ବିକୃତତାର ରୂପ ଦିଏ ଯାହା ଏକ ବିକୃତ ଦୃଶ୍ୟ ସୃଷ୍ଟି କରେ | ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି Cheshire Cat Galaxy, ପ୍ରକୃତରେ, ଆଲୋକ ଏହି ତାରକାପୁଞ୍ଜରୁ ଡାର୍କ ମ୍ୟାଟର(Dark Matter)ର ଏକ ଗୁଚ୍ଛ ମାଧ୍ୟମରେ ଆସିଥାଏ ଯାହା ତାରକାପୁଞ୍ଜର ରୂପକୁ ଅତ୍ୟଧିକ ବିକୃତ କରି ଏହାକୁ ଏକ ବିଲେଇ ବା CAT ର ରୂପ ଦେଇଥାଏ |
ଡାର୍କ ଏନର୍ଜି (Dark Energy)
ଯେତେବେଳେ ଆମେ ୧୩.୭ ବିଲିୟନ ବର୍ଷ ପୂର୍ବେ ଟେଲିସ୍କୋପ ମାଧ୍ୟମରେ ଦେଖିବା ପାଇଁ ଚେଷ୍ଟା କରିଥିଲୁ ଏହା ଅନ୍ଧକାର ଦେଖାଯାଉଥିଲା, ପ୍ରକୃତରେ ସେଠାରେ କିଛି ନଥିଲା | ବ୍ରହ୍ମାଣ୍ଡ ବିଗ ବାଙ୍ଗ ତତ୍ତ୍ୱ ଠାରୁ ଆରମ୍ଭ ହୋଇଥିଲା ଯାହା ପ୍ରାୟ ୧୩.୬ ବିଲିୟନ ବର୍ଷ ପୂର୍ବେ ଘଟିଥିଲା | ତେଣୁ, ସେହି ବ୍ରହ୍ମାଣ୍ଡ ତାର ପ୍ରଥମ ଅବସ୍ଥାରେ ଏକ ତାରା ଜନ୍ମ ଦେବା ପାଇଁ ବହୁତ ଛୋଟ ଥିଲା | ବହୁ ଦୂର ସୁପରନୋଭାକୁ ହବଲ୍ ମହାକାଶ ଦୂରବୀକ୍ଷଣ ଯନ୍ତ୍ର (Hubble Space Telescope) ପର୍ଯ୍ୟବେକ୍ଷଣ ଦର୍ଶାଇଲା ଯେ ପୂର୍ବେ ବ୍ରହ୍ମାଣ୍ଡ, ଆଜି ଅପେକ୍ଷା ବହୁତ ଧୀରେ ଧୀରେ ବିସ୍ତାର କରୁଥିଲା | ଯେପରି ସମସ୍ତେ ଭାବିଥିଲେ ଯେ କେବଳ ମାଧ୍ୟାକର୍ଷଣ ହେତୁ ବ୍ରହ୍ମାଣ୍ଡର ବିସ୍ତାର ମନ୍ଥର ହେଉଛି, କିନ୍ତୁ ନା, ଏହା ତ୍ୱରାନ୍ୱିତ ହୋଇଛି, ଏହାର ଉପଯୁକ୍ତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅଜଣା କିନ୍ତୁ ଏହା ଘଟୁଛି| ମହାବିସ୍ଫୋଟ (Big Bang) ସମୟରେ ବ୍ରହ୍ମାଣ୍ଡର ତାପମାତ୍ରା ଅତ୍ୟଧିକ ଗରମ ଥିଲା କିନ୍ତୁ ବର୍ତ୍ତମାନ ଏହା ବିସ୍ତାର ହୋଇ ଥଣ୍ଡା ହେବାରେ ଲାଗିଛି | ଆମର ଟେଲିସ୍କୋପ ସାହାଯ୍ୟରେ, ଆମେ ମହାକାଶୀୟ କ୍ଷୁଦ୍ରତରଙ୍ଗ ପୃଷ୍ଠଭୂମି ଦେଖିବାରେ ସକ୍ଷମ, କିନ୍ତୁ ତାହାଠାରୁ ଅଧିକ ନୁହେଁ | ତେଣୁ, ଚାଲନ୍ତୁ ଏକ ଗ୍ରୀଡ୍ ସିଷ୍ଟମ ବିଷୟ ରେ କିଛି ଧାରଣା ଗ୍ରହଣ କରିବା ଏବଂ ସେହି ଗ୍ରୀଡ୍ ଉପରେ ଆମର ତାରାଗୁଡ଼ିକୁ କିଛି ସମୟ ରଖିକରି କିଛି ଆଲୋଚନା କରିବା ଓ ଆପଣ ସେହି ଗ୍ରୀଡ୍ ପଏଣ୍ଟରେ ଏହି ବ୍ରହ୍ମାଣ୍ଡର ବିସ୍ତାରକୁ ଲକ୍ଷ୍ୟ କରିପାରିବେ | ଯେଉଁ ତାରାଟି କିଛି ବିଲିୟନ ଆଲୋକ ବର୍ଷ ପୂର୍ବେ ଲାଲ ଦେଖାଯାଉଥିଲା, ଏହା କେବଳ ଲାଲ୍ ଆଲୋକ ପ୍ରଦାନ କରେ କି ! ନା, ବାସ୍ତବରେ ବ୍ରହ୍ମାଣ୍ଡର ବିସ୍ତାର ହେତୁ ତାରା ଏବଂ ଆମ ମଧ୍ୟରେ ଦୂରତା ବଢିଛି , ଏବଂ ଯେଉଁ କାରଣରୁ ଆଲୋକର ତରଙ୍ଗ ଦୈର୍ଘ୍ୟ ମଧ୍ୟ ବଢ଼ିଛି ଏବଂ ତରଙ୍ଗର ଦୈର୍ଘ୍ୟ ବଢିବାରୁ , ତାରା ମଧ୍ୟ ଗାଢ଼ ଲାଲ ହୋଇଯାଇଛି। ଯେହେତୁ ଆଲୋକର ତରଙ୍ଗ ଦୈର୍ଘ୍ୟ ବଢ଼ିଛି, ଆଲୋକର ଶକ୍ତି ମଧ୍ୟ କମିଛି ଏବଂ ଏହାକୁ ରେଡଶିଫ୍ଟ (Red shift) କୁହାଯାଏ | ତେଣୁ, ଵୈଜ୍ଞାନିକମାନେ ଭାବିଲେ ଯେ ସେଠାରେ କିଛି ଅଦ୍ଭୁତ ପ୍ରକାରର ଶକ୍ତି-ତରଳ ପଦାର୍ଥ ଅଛି ଯାହା କି ଅନ୍ତରୀକ୍ଷ ରେ ଭରି ହୋଇଛି , ଯାହା ଅନ୍ତରୀକ୍ଷ କୁ ବିସ୍ତାର କରି ଏହାକୁ ଅନ୍ତ (ବିଗ ରିପ୍) ଆଡକୁ ନେଉଛି | ଏହାକୁ ଠିକ ଭାବେ ଗ୍ରହଣ କରିବା ପାଇଁ କୁହାଯାଏ ଯେ ବୋଧହୁଏ ଆଇନଷ୍ଟାଇନଙ୍କ ମାଧ୍ୟାକର୍ଷଣ ସିଦ୍ଧାନ୍ତରେ କିଛି ଭୁଲ ଅଛି ଏବଂ ଏକ ନୂତନ ସିଦ୍ଧାନ୍ତରେ ଏକ ପ୍ରକାର କ୍ଷେତ୍ର ଅନ୍ତର୍ଭୂକ୍ତ ହୋଇପାରେ ଯାହା ଏହି ବ୍ରହ୍ମାଣ୍ଡ ତ୍ୱରଣ ର ଜଟିଳତା କୁ ବୁଝାଇପାରିବ | ସଠିକ୍ ବ୍ୟାଖ୍ୟା କ'ଣ ତାହା ତତ୍ତ୍ୱଜ୍ଞମାନେ ଏପର୍ଯ୍ୟନ୍ତ ଜାଣିନାହାଁନ୍ତି, କିନ୍ତୁ ସେମାନେ ସମାଧାନର ନାମ ଦେଇଛନ୍ତି| ଯାହାକୁ ଡାର୍କ ଏନର୍ଜି (Dark Energy) କୁହାଯାଏ|
Power Spectrum
ଏଗୁଡିକ ହେଉଛି ଡାର୍କ ମ୍ୟାଟର(Dark Matter) ଓ ଡାର୍କ ଏନର୍ଜି (Dark Energy) ବିଷୟରେ ବ୍ରହ୍ମାଣ୍ଡର ସର୍ବୋତ୍ତମ ଉଦାହରଣ | ଆହୁରି ମଧ୍ୟ, ଯଦି ଆମେ ଆମର ବ୍ରହ୍ମାଣ୍ଡର ଶକ୍ତି ବର୍ଣ୍ଣାଳୀ (Energy Spectrum) ଆଡକୁ ଗତି କରୁ ତେବେ ଏହା ସୂଚାଇଦିଏ ଯେ ଡାର୍କ ଏନର୍ଜି (Dark Energy) ବର୍ତ୍ତମାନର ପର୍ଯ୍ୟବେକ୍ଷଣଯୋଗ୍ୟ ବ୍ରହ୍ମାଣ୍ଡରେ ସମୁଦାୟ ଶକ୍ତିର ୬୮% ଯୋଗଦାନ କରିଥାଏ | ଡାର୍କ ମ୍ୟାଟର(Dark Matter) ଏବଂ ସାଧାରଣ (ବ୍ୟାରିଓନିକ୍) ପଦାର୍ଥ ଯଥାକ୍ରମେ ୨୭% ଏବଂ ୫% ଯୋଗଦାନ କରିଥାଏ, ଏବଂ ନିଉଟ୍ରିନୋ ଏବଂ ଫୋଟନ୍ ପରି ଅନ୍ୟାନ୍ୟ ଉପାଦାନଗୁଡ଼ିକ ବହୁତ କମ୍ ପରିମାଣରେ ଯୋଗଦାନ କରନ୍ତି | ଜ୍ୟୋତିର୍ବିଜ୍ଞାନୀ ଓ ଵୈଜ୍ଞାନିକମାନେ ୧୯୩୦ ମସିହାରୁ ଏହି ଡାର୍କ ମ୍ୟାଟର(Dark Matter) ଓ ଡାର୍କ ଏନର୍ଜି (Dark Energy) ଉପରେ ଗବେଷଣା କରୁଛନ୍ତି | ଏହା ବ୍ୟତୀତ ନାସା ଫର୍ମୀ ଗାମା-ରଶ୍ମି ଟେଲିସ୍କୋପ ନାମକ ଏକ ଉପଗ୍ରହ ପଠାଇଛି ଯାହାକି ଡାର୍କ ମ୍ୟାଟର(Dark Matter) ଧକ୍କା ହେବ ସେହି ସମୟରେ ଡାର୍କ ମ୍ୟାଟର(Dark Matter)କୁ ଚିହ୍ନଟ କରିବାରେ ସକ୍ଷମ ହେବ, କାରଣ ଧକ୍କା ସମୟରେ ସେମାନେ ଆଲୋକର ଏକ ଉଚ୍ଚ ଶକ୍ତି ରୂପ ନିର୍ଗତ କରନ୍ତି ଯାହା ଗାମା-ରଶ୍ମି ଅଟେ ଓ ଏହାକୁ ଆମେ ଅନୁସନ୍ଧାନ କରିପାରୁ | ବାରିୟୋନିକ୍ ପଦାର୍ଥ ମଧ୍ୟ ଡାର୍କ ମ୍ୟାଟର(Dark Matter) ସୃଷ୍ଟି କରିବାରେ ସକ୍ଷମ ହୋଇପାରିବ ଯଦି ଏହାକୁ ସବୁ ବାଦାମୀ ବାମନ(Brown Dwarf) ରେ କିମ୍ବା ଭାରୀ ଉପାଦାନଗୁଡ଼ିକର ଛୋଟ, ଘନ ଅଂଶରେ ବନ୍ଧା ହୋଇ ରଖିହେବ | ତେଣୁ, Massive Compact Halo Objects (MACHO) ରେ ଡାର୍କ ମ୍ୟାଟର(Dark Matter) ପାଇଁ ଏକ ସମ୍ଭାବନା ଅଛି, ତଥାପି, ଆମେ ଏହା ବିଷୟରେ ନିଶ୍ଚିତ ନୁହଁ ଏବଂ ବୋଧହୁଏ ଏହା ଅନ୍ୟ ବାହ୍ୟ କଣିକା ପରି axions କିମ୍ବା WIMPS (Weakly Interacting Massive Particles) ଦ୍ୱାରା ଗଠିତ |
ଆମେ ବହୁତ ଚେଷ୍ଟା କରିଛୁ, ତଥାପି ରହସ୍ୟ ଜାରି ରହିଛି ଏବଂ ବୋଧହୁଏ ନିକଟ ଭବିଷ୍ୟତରେ, ଡାର୍କ ମ୍ୟାଟର(Dark Matter) ଓ ଡାର୍କ ଏନର୍ଜି (Dark Energy) ର ରହସ୍ୟ କୁ ଆମେ ଉନ୍ମୋଚନ କରିବା ରେ ସକ୍ଷମ ହୋଇପାରିବା । Picture references-
Related links/References-
- pic1-https://fineartamerica.com/art/photographs/galactic+center
- pic2- Distant Galaxies in the Hubble Ultra Deep Field Hubble Space Telescope . Advanced Camera for Surveys NASA, ESA, R. Bouwens and G. Illingworth (University of California, Santa Cruz) STSCI-PRC06-12
- pic3-https://www.researchgate.net/figure/Flat-galaxy-rotation-curve-explained-with-fundamental-conservation_fig2_326579825
- pic4-http://spacetelescope.org/images/heic1106c
- pic5-https://www.researchgate.net/figure/The-rotation-curve-of-galaxy-NGC-6503-data-from-47-The-dark-matter-halo-contribution_fig2_230779703
- pic6-https://skyandtelescope.org/astronomy-news/will-radio-bursts-reveal-hidden-baryons/
Related links/References-
- https://bit.ly/3jxV7LN [DARK MATTER]
- https://en.wikipedia.org/wiki/Dark_energy [DARK ENERGY]
- https://go.nasa.gov/3jG4ucx [FERMI TELESCOPE DATA]
- https://go.nasa.gov/31Nb4rf [HUBBLE TELESCOPE DATA]
- https://www.wikipedia.org
Written by-
Abhishek Praharaj