ଗ୍ରୀଷ୍ମ ଋତୁରେ ଫଳର ରାଜା ହେଉଛି ଆମ୍ବ | ଭାରତରେ ପ୍ରାୟ 1200 ନିର୍ଦ୍ଦିଷ୍ଟ କିସମର ଆମ୍ବ ଅଛି ଯାହା ମଧ୍ୟରୁ ପ୍ରାୟ 2 ଡଜନ କିସମର ଆମ୍ବ ବଜାରରେ ବିକ୍ରି ହୁଏ।ଭାରତରେ ପ୍ରଥମତଃ "ସିନ୍ଧୁ" ନାମକ ଏକ ବିହନହୀନ ଆମ୍ବ DBSKKV କୃଷି ବିଶ୍ୱବିଦ୍ୟାଳୟ,ଡିପୋଲି,ମହାରାଷ୍ଟ୍ର ର ଗବେଷକଙ୍କ ଦ୍ଵାରା ଆବିଷ୍କାର କରାଯାଇଥିଲା।ସିନ୍ଧୁ, ରତ୍ନା ଏବଂ ଆଲଫାନସୋ ବିବିଧତାର ହାଇବ୍ରିଡ୍ (ହାଇବ୍ରିଡ୍ ହେଉଛି ପ୍ରଜନନ ମାଧ୍ୟମରେ ବିଭିନ୍ନ ପ୍ରଜାତି, କିସମ, ପ୍ରଜାତି କିମ୍ବା ଜେନେରାର ଦୁଇଟି ଜୀବଙ୍କ ଗୁଣକୁ ମିଶ୍ରଣ କରି ପ୍ରସ୍ତୁତ ହୋଇଥିବା ଏକ ବଂଶ।) ଭାବରେ ବିକଶିତ ହୋଇଥିଲା | ପ୍ରଥମେ ଗବେଷକମାନେ ନିଲମ(ସହଜରେ ଉପଲବ୍ଧ ପ୍ରଜାତି ର ଆମ୍ବ) ଓ ଆଲଫାନସୋ(ଏକ ବିରଳ ପ୍ରଜାତିର ଆମ୍ବ) ରୁ ହାଇବ୍ରିଡ ରତ୍ନା ପ୍ରସ୍ତୁତ କରିଥିଲେ ।ମାତ୍ର ରତ୍ନା ନାମକ ହାଇବ୍ରିଡ୍ ଆମ୍ବରେ କେବଳ 60 ରୁ 70% ଆଲଫାନସୋର ଗୁଣ ପରିଲିଖିତ ହେଉଥିଲା।ତେଣୁ ପୁନର୍ବାର ଉନ୍ନତି ପାଇଁ ସେମାନେ ରତ୍ନା ହାଇବ୍ରିଡ୍ ଆମ୍ବ କୁ ଆଲଫାନସୋ ସହିତ ବ୍ୟାକ-କ୍ରସ (ବ୍ୟାକକ୍ରସ୍ ହେଉଛି ଏକ ହାଇବ୍ରିଡ୍ ଜୀବ ସହିତ ତାର ପୂର୍ବ ପିଡି ର cross |) ଆରମ୍ଭ କରିଥିଲେ। ବର୍ତ୍ତମାନ ସେମାନେ ବିଭିନ୍ନ ପ୍ରଜାତିର ଆମ୍ବ ପାଇଲେ ଏବଂପ୍ରଥମେ ଗବେଷକମାନେ ନିଲମ(ସହଜରେ ଉପଲବ୍ଧ ପ୍ରଜାତି ର ଆମ୍ବ) ଓ ଆଲଫାନସୋ(ଏକ ବିରଳ ପ୍ରଜାତିର ଆମ୍ବ) ରୁ ହାଇବ୍ରିଡ ରତ୍ନା ପ୍ରସ୍ତୁତ କରିଥିଲେ ।ମାତ୍ର ରତ୍ନା ନାମକ ହାଇବ୍ରିଡ୍ ଆମ୍ବରେ କେବଳ 60 ରୁ 70% ଆଲଫାନସୋର ଗୁଣ ପରିଲିଖିତ ହେଉଥିଲା।ତେଣୁ ପୁନର୍ବାର ଉନ୍ନତି ପାଇଁ ସେମାନେ ରତ୍ନା ହାଇବ୍ରିଡ୍ ଆମ୍ବ କୁ ଆଲଫାନସୋ ସହିତ ବ୍ୟାକ-କ୍ରସ (ବ୍ୟାକକ୍ରସ୍ ହେଉଛି ଏକ ହାଇବ୍ରିଡ୍ ଜୀବ ସହିତ ତାର ପୂର୍ବ ପିଡି ର cross |) ଆରମ୍ଭ କରିଥିଲେ। ବର୍ତ୍ତମାନ ସେମାନେ ବିଭିନ୍ନ ପ୍ରଜାତିର ଆମ୍ବ ପାଇଲେ ଏବଂ ସେଥି ମଧ୍ୟରୁ ଗୋଟିଏ ହାଇବ୍ରିଡରେ ସେମାନେ ଅଧିକ ମାତ୍ରାରେ pulp ଥିବାରୁ ତାକୁ ସର୍ବୋତ୍ତମ ଭାବେ ଚୟନ କରିଥିଲେ ।ସେହି ହାଇବ୍ରିଡକୁ ସିନ୍ଧୁ ବୋଲି ନାମକରଣ କରାଯାଇଥିଲା। ସେହି ଆମ୍ବରେ କାଗଜ ରୂପକ ମଞ୍ଜି ରହିଥିଲା,ଯାହାର ଓଜନ ମାତ୍ର 7-10 ଗ୍ରାମ ଥିଲା ଓ ଏହା ଫଳରେ 83% pulp ପ୍ରଦାନ କରିଥାଏ।ସିନ୍ଧୁ ସର୍ବ ପ୍ରଥମ ଅଧପତିତ ବୀଜ ପତ୍ର (ଉଦ୍ଭିଦ ମଞ୍ଜି ମଧ୍ୟରେ ବୀଜ ପତ୍ର ଭ୍ରୁଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ |) ଥିବା parthenocarpic (Fertilisation ବିନା ଫଳର ବିକାଶ |) ହାଇବ୍ରିଡ଼ ଭାବେ ସାରା ବିଶ୍ୱରେ ପରିଚିତ।
Written By-
Ranjit Patro