୧୯୪୭ ମସିହାରେ ଗ୍ରାଫିନର ଧାରଣା ପ୍ରଥମେ ପି. ଆର୍. ୱାଲେସଙ୍କ ଦ୍ବାରା ଦିଆଯାଇଥିଲା, ଯିଏ ତ୍ରି-ବିମିତୀୟ ଗ୍ରାଫାଇଟର ଇଲେକ୍ଟ୍ରୋନିକ୍ ଗୁଣଗୁଡ଼ିକୁ ଅଧ୍ୟୟନ କରିଥିଲେ । ୨୦୦୪ ମସିହା ପର୍ଯ୍ୟନ୍ତ ୫୦ ରୁ ୧୦୦ ସ୍ତର ବିଶିଷ୍ଟ ଗ୍ରାଫାଇଟର ସ୍ତରକୁ ଅଲଗା କରାଯାଇପାରୁଥିଲା । ଗ୍ରାଫିନ୍ ସମ୍ପର୍କୀୟ ଗବେଷଣା ୨୦୨୦ ମସିହାରେ ଗତି ଲାଭ କଲା, ଯେତେବେଳେ ଦୁଇ ପଦାର୍ଥ ବିଜ୍ଞାନୀ ଆଣ୍ଡ୍ରେ ଜିମ ଏବଂ କନଷ୍ଟାଣ୍ଟିନ ନୋଭୋସେଲୋଭ ଆବିଷ୍କାର କଲେ ଯେ ଗ୍ରାଫିନ୍ ସ୍କଚ ଟେପ୍ ପଦ୍ଧତି ଅବଲମ୍ବନ କରି ଗ୍ରାଫାଇଟରୁ ବାହାର କରାଯାଇପାରିବ । ସେମାନେ ଗ୍ରାଫିନର ଚରିତ୍ରକରଣ ପାଇଁ ଏହାର ଗଠନ, ପରିଚୟ ଏବଂ ପରମାଣୁ ଶକ୍ତି ମାଇକ୍ରୋସ୍କୋପି (AFM) ଅଧ୍ୟୟନ କରିଥିଲେ ।
ଏହା ଏକ କାର୍ବନ ଯୁକ୍ତ ସାମଗ୍ରୀ । କାର୍ବନ୍ ପୃଥିବୀ ଭୂତଳର ସବୁଠାରୁ ସହଜରେ ଉପଲବ୍ଧ ହେବାରେ ଚତୁର୍ଥ ଉପାଦାନ | ଗ୍ରାଫିନ୍ ଏକ ଜଣାଶୁଣା କଠିନ ପଦାର୍ଥ ହେବ ବୋଲି ଅନୁମାନ କରାଯାଏ | କେବଳ ଇଲେକ୍ଟ୍ରୋନିକ୍ ଉପକରଣ ନୁହେଁ, କାର୍ବନ ଯୁକ୍ତ ହୋଇଥିବାରୁ, ସେଗୁଡ଼ିକ ଜୈବ-ସୁସଙ୍ଗତ ଏବଂ ଜୀବଜନ୍ତୁଙ୍କ ପାଇଁ ପ୍ରତିରୋପଣ ଭାବରେ ବ୍ୟବହୃତ ହୋଇପାରେ | ଅତ୍ୟନ୍ତ ତନ୍ୟ ଏବଂ ସ୍ଥିତି-ସ୍ତାପକତ୍ଵ ହୋଇଥିବାରୁ, ସେଗୁଡିକ କୃତ୍ରିମ ହାଡ ଏବଂ ଦାନ୍ତ ଭାବରେ ବ୍ୟବହୃତ ହେବା ପାଇଁ ଦେଖାଯାଏ | ଯେତେବେଳେ ଏହା ଆଲୁମିନିୟମ, ସୁନା କିମ୍ୱା ରୂପା ପରି ଧାତୁ ସହ ଠିକ୍ ଭାବରେ ବ୍ଯବହାର କରାଯାଏ, ସେତେବେଳେ ଆମେ ଏହାକୁ ଟ୍ରାଞ୍ଜିଷ୍ଟର, ମାଇକ୍ରୋ ପ୍ରୋସେସରରେ ମଧ୍ୟ ବ୍ୟବହାର କରିପାରିବା ।
ମୁଖ୍ୟତଃ, ଯେତେବେଳେ ଗ୍ରାଫିନ ବାହାର କରାଯାଏ ଏବଂ ସଠିକ୍ ଭାବରେ ବ୍ୟବହୃତ ହୁଏ, ସେତେବେଳେ ମାନବଜାତିର କଲ୍ୟାଣ ପାଇଁ ଆବିଷ୍କାର ଏବଂ ଉଦ୍ଭାବନ କରିବା ନିମନ୍ତେ ଅନେକ ସୁଯୋଗ ଏବଂ କ୍ଷେତ୍ର ଉନ୍ମୁକ୍ତ ହୋଇଯାଏ ।
Soumyajit Samal