ଆନାବୋଲିକ୍ ଷ୍ଟେରଏଡସ୍ : ବରଦାନ ନା ଅଭିଶାପ?

ଇଂରାଜୀ ରେ ଏହି ଲେଖା କୁ ପଢ଼ିବା ପାଁଇ ଏଠାରେ କ୍ଲିକ୍ କରନ୍ତୁ ।

ଆନାବୋଲିକ୍ ଷ୍ଟେରଏଡସ୍ ବା ଉପଚୟକାରୀ ଷ୍ଟେରୋଏଡ ଯାହା ଆନାବୋଲିକ୍ - ଆଣ୍ଡ୍ରୋଜେନିକ୍ ଷ୍ଟେରଏଡସ୍ ଭାବରେ ମଧ୍ୟ ଜଣାଶୁଣା, କୃତ୍ରିମ ଷ୍ଟେରଏଡାଲ୍ ଆଣ୍ଡ୍ରୋଜେନ୍ ଯାହା ପ୍ରାକୃତିକ ଟେଷ୍ଟେଷ୍ଟେରନ୍ ପରି କାମ କରେ ଏବଂ ଶରୀରର ଆଣ୍ଡ୍ରୋଜେନ୍ ରିସେପ୍ଟର ଉପରେ କାର୍ଯ୍ୟ କରେ | ଟେଷ୍ଟୋଷ୍ଟେରନ୍ ହେଉଛି ପୁରୁଷମାନଙ୍କଠାରେ ଥିବା ମୁଖ୍ୟ ଯୌନ ହର୍ମୋନ୍ | ମହିଳାମାନଙ୍କ ଶରୀରରେ ଖୁବ୍ କମ୍ ପରିମାଣରେ ଟେଷ୍ଟୋଷ୍ଟେରନ୍ ଥାଏ |

(ଆନାବୋଲିକ ଷ୍ଟେରଏଡସ୍ ଏବଂ ପ୍ରାକୃତିକ ଟେଷ୍ଟୋଷ୍ଟେରନ୍ ର ସଂରଚନା ମଧ୍ୟରେ ତୁଳନାତ୍ମକ ଚିତ୍ର)

ଆନାବୋଲିକ୍ ଆଣ୍ଡ୍ରୋଜେନିକ୍ ଷ୍ଟେରଏଡଗୁଡିକ ୧୯୩୦ ଦଶକରେ ପ୍ରଥମେ ତିଆରି କରାଯାଇଥିଲା, ମୁଖ୍ୟତଃ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା | ଯେହେତୁ ଏହି ଆନାବୋଲିକ୍ ଷ୍ଟେରଏଡଗୁଡିକ ମୁଖ୍ୟତଃ ମାଂସପେଶୀ ବୃଦ୍ଧିକୁ ପ୍ରୋତ୍ସାହିତ କରେ, ଏଗୁଡିକର ବ୍ୟବହୃତ ହେଲା:

  1. ଅଭିବୃଦ୍ଧି ବିଫଳତା ଥିବା ପିଲାମାନଙ୍କୁ ଚିକିତ୍ସା କରିବା ପାଇଁ ଗ୍ରୋଥ୍ ଷ୍ଟିମୁଲେଟର ଭାବରେ|
  2. ଦୀର୍ଘକାଳୀନ ସଂକ୍ରମଣ ସମୟରେ , ସର୍ଜରୀ ପରେ ତଥା ଶାରୀରିକ ଆଘାତରୁ ସୁସ୍ଥ ହେବାପରେ ଏହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ।

ଅନ୍ୟାନ୍ୟ ବ୍ୟବହାର ଅନ୍ତର୍ଭୁକ୍ତ:

  1. ଲ୍ୟୁକେମିଆ, ବୃକକ୍ ବିଫଳତା କିମ୍ବା ଆପ୍ଲାଷ୍ଟିକ୍ ରକ୍ତହୀନତା ଓ ହାଇପୋପ୍ଲାଷ୍ଟିକ୍ ରକ୍ତହୀନତାର   ଚିକିତ୍ସା ପାଇଁ |
  2. ଏଡସ୍ ଏବଂ କର୍କଟ ପରି କ୍ରନିକ୍ ଅପଚୟ ଅବସ୍ଥାରେ ପୀଡିତ ଲୋକମାନଙ୍କର ମାଂସପେଶୀ ଜନିତ ସଂରକ୍ଷଣ |

କେତେକ ଶରୀର ନିର୍ମାଣକାରୀ (Body builders) ଏବଂ ଆଥଲେଟ୍  ମାନେ ମାଂସପେଶୀ ଗଠନ ଏବଂ ଆଥଲେଟିକ୍ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଏହି ରସାୟନ ବା ଔଷଧ ଗୁଡିକ ବ୍ୟବହାର କରନ୍ତି | ଚିକିତ୍ସା ଅବସ୍ଥାରେ ବ୍ୟବହୃତ ପରିମାଣ ଅପେକ୍ଷା ଏହି ମାତ୍ରା ୧୦ ରୁ ୧୦୦ ଗୁଣ ଅଧିକ ହୋଇପାରେ | ଡାକ୍ତରଙ୍କ କୌଣସି ପ୍ରେସକ୍ରିପସନ୍ ବିନା ସେମାନଙ୍କର ଏହି ରସାୟନ ଗୁଡ଼ିକୁ ଏହି ଉପାୟରେ ବ୍ୟବହାର କରିବା ଆଇନଗତ କିମ୍ବା ନିରାପଦ ନୁହେଁ | ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି, ଡବ୍ଲୁଡବ୍ଲୁଈ (WWE), ଫିଫା(FIFA), ୟୁଏଫ୍(UEFA), ଆଇସିସି (ICC) ଇତ୍ୟାଦି ସମସ୍ତ କ୍ରୀଡ଼ା ସଙ୍ଗଠନ ଦ୍ୱାରା ଆନାବୋଲିକ୍ ଷ୍ଟେରଏଡ଼ର ବ୍ୟବହାର ନିଷେଧ ହୋଇ ଅଛି | ଯୁକ୍ତରାଷ୍ଟ୍ର, କାନାଡା, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବ୍ରାଜିଲ ଇତ୍ୟାଦି ଅନେକ ଦେଶ ଏହି ଔଷଧର ବ୍ୟବହାର ବିରୁଦ୍ଧରେ କଡ଼ା ଆଇନ ପ୍ରଣୟନ କରିଛନ୍ତି। ଅଭିଯୁକ୍ତଙ୍କ ଉପରେ ଜରିମାନା କିମ୍ବା ଜେଲଦଣ୍ଡ ଦିଆଯାଇପାରେ | ଅବଶ୍ୟ, ଏଭଳି କଠୋର ନିୟମ ପରେ ମଧ୍ୟ ଆନାବୋଲିକ୍ ଷ୍ଟେରଏଡଗୁଡିକ “ରୋଏଡ଼ସ୍”, “ଜୁସ୍”, “ଜିମ୍ କାଣ୍ଡି” ନାମରେ ସାରା ବିଶ୍ୱରେ ବେଆଇନ ଭାବେ ଚୋରା ଚାଲାଣ କରାଯାଏ |


(ଓଜନ ବୃଦ୍ଧି ଏବଂ ଦୃଢ଼ ଶରୀର ପାଇଁ ଆନାବୋଲିକ୍ ଷ୍ଟେରଏଡ୍ ବ୍ୟବହାର କରୁଥିବା ବଡି ବିଲଡର୍ସ |)

ସାଧାରଣତ ଆନାବୋଲିକ୍ ଷ୍ଟେରଏଡ୍ର ଚାରୋଟି (୪) ମାଧ୍ଯମରେ ଗ୍ରହଣ କରାଯାଏ : ଓରାଲ୍ ବଟିକା, ଇଞ୍ଜେକ୍ସନ ଷ୍ଟେରଏଡ୍, ଟପିକାଲ୍ ପ୍ରୟୋଗ ଏବଂ କ୍ରିମ୍ / ଜେଲ୍ | ଏହି ଔଷଧଗୁଡିକର ବ୍ୟବହାରର ପ୍ରତିକୂଳ ପ୍ରଭାବରେ ମାଂସପେଶୀ ହାଇପରଟ୍ରୋଫି (କଙ୍କାଳର ମାଂସପେଶୀର ବହୁଳ ମାତ୍ରାରେ ବୃଦ୍ଧି), କାମାଶକ୍ତି ପରିବର୍ତ୍ତନ, ପ୍ରତ୍ୟାବର୍ତ୍ତୀ ବନ୍ଧ୍ୟାକରଣ (Reversible infertility), ବ୍ରଣ, ଅକାଳ କେଶ ଝଡ଼ିବା, ଉଚ୍ଚ ରକ୍ତଚାପ, କାମଳ ରୋଗ ବା ଜଣ୍ଡିସ୍, ଷ୍ଟଣ୍ଟେଡ୍ ବୃଦ୍ଧି, ଧମନୀର ଅନମନୀୟ ଅବସ୍ଥା ବା ଆର୍ଟେରୋସ୍କ୍ଲେରୋସିସ୍, ହାର୍ଟ ଆଟାକ୍ ଭଳି ହୃଦ ରୋଗ ଅନ୍ତର୍ଭୁକ୍ତ ହୁଏ | ଇନଫ୍ରାକ୍ସନ୍, ବାମ ନିଳୟର ଅତିବୃଦ୍ଧି ଏବଂ ଆକସ୍ମିକ ମୃତ୍ୟୁ ମଧ୍ଯ ଦେଖାଯାଏ |

ସାଇକୋଲୋଜିକାଲ୍୵ମାନସିକ ଏବଂ ସ୍ନାୟବିକ ପ୍ରଭାବରେ ମନ ପରିବର୍ତ୍ତନ, ବିରକ୍ତିକରତା, ଆକ୍ରୋଶ, ବେପରୁଆ ଆଚରଣ, ଚିନ୍ତା, ଇଫୋରିଆ, ଉଦାସୀନତା, ଜ୍ଞାନଗତ ଦୁର୍ବଳତା ଏବଂ ପ୍ରତ୍ୟାହାର ନିର୍ଭରଶୀଳତା ଅନ୍ତର୍ଭୁକ୍ତ ହୋଇପାରେ |

ହେପାଟିକ୍ ପ୍ରଭାବରେ ସ୍ଵଳ୍ପ ବିଷାକ୍ତତା (Hypotoxicity) ,କାମଳ ରୋଗ ବା ଜଣ୍ଡିସ୍, ବିଲିରୁବିନର ଉଚ୍ଚ ସ୍ତର ଅନ୍ତର୍ଭୁକ୍ତ ହୁଏ | ଅନ୍ୟାନ୍ୟ ପ୍ରତିକୂଳ ପ୍ରଭାବରେ ଗ୍ଲୁକୋଜ ଇନଟଲେରାନ୍ସ, ଇନସୁଲିନ୍ ପ୍ରତିରୋଧ ଏବଂ ଇମ୍ୟୁନୋଲୋଜିକାଲ୍ ଡିସ୍ଫଙ୍କସନ ବା ରୋଗପ୍ରତିରୋଧକ ଶକ୍ତିର ପତନ ହୁଏ |


ଆନାବୋଲିକ୍ ଷ୍ଟେରଏଡଗୁଡିକ ମୁଖ୍ୟତ ଆଣ୍ଡ୍ରୋଷ୍ଟାନୋଲ୍, ବୋଲଡେନୋନ୍, ଡ୍ରୋଷ୍ଟାନୋଲୋନ୍, ମେଟେନୋଲୋନ୍ ଇତ୍ୟାଦି ନାମରେ ନାମିତ ହୋଇ ମିଳେ | ସେମାନେ ପ୍ରତ୍ୟାହାର ଲକ୍ଷଣ ସୃଷ୍ଟି କରନ୍ତି | ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ କେତେକ ଷ୍ଟେରଏଡ ବ୍ୟବହାରକାରୀ ଶୋଇବା ସମସ୍ୟା ଏବଂ ଷ୍ଟେରଏଡ ଦ୍ଵାରା ସୃଷ୍ଟି ହେଉଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଅଫିମ ପରି ନିଶା ଦ୍ରବ୍ୟର ସେବନ କରନ୍ତି , ଯାହା ସେମାନଙ୍କ ଶରୀର ପାଇଁ ଆହୁରି ଅନେକ ସମସ୍ୟା ସୃଷ୍ଟି କରେ । | ଆନାବୋଲିକ୍ ଷ୍ଟେରଏଡ଼ ନିଶା ପାଇଁ ଚିକିତ୍ସା ଖୋଜୁଥିବା ଲୋକଙ୍କ ପାଇଁ ଆଚରଣଗତ ଚିକିତ୍ସା ଏବଂ ଔଷଧିୟ ଚିକିତ୍ସାର ଏକ ମିଶ୍ରଣ ସହାୟକ ହୁଏ |

ଯେପରି ଆମେ ଦେଖୁଛୁ , ଆନାବୋଲିକ୍ ଷ୍ଟେରଏଡ଼ ବ୍ୟବହାର କରିବାର ହାନି ଏହାର ଲାଭଠାରୁ ଅଧିକ | ବର୍ତ୍ତମାନ ସମୟରେ, ଆମ ସମାଜରେ ବଢ଼ୁଥିବା ଟାବୁ ବା ଅପପ୍ରଚାର କି 'ଏକ ଦୃଢ଼ଶରୀର ଅଧିକ ପ୍ରଭାବଶାଳୀ ଅଟେ ଏବଂ ଅଧିକ ଧ୍ୟାନ ପାଏ' , ଯୁବକମାନଙ୍କ ମଧ୍ୟରେ ଆନାବୋଲିକ୍ ଷ୍ଟେରଏଡ୍ ଅପବ୍ୟବହାରର ମୁଖ୍ୟ କାରଣ ପାଲଟିଛି | ଏହା କେବଳ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ସମୟରେ ,ସେହି ସମୟରେ କିମ୍ବା ଭବିଷ୍ୟତରେ , ତାଙ୍କ ଅର୍ଥନୀତିକୁ ପଛକୁ ଟାଣି ଥାଏ |

ଆମକୁ ମନେ ରଖିବାକୁ ହେବ ଯେ ସବୁଠାରୁ ପ୍ରଭାବଶାଳୀ ଜିନିଷ ହେଉଛି ଏକ ସୁସ୍ଥ ଶରୀର, ଏକ ଶରୀର ଯାହା ଭିତରୁ ଫିଟ୍ | ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ଦ୍ୱାରା ଏହା ହାସଲ ହୁଏ |  ଏହା ଏକ ସୁଖମୟ ଜୀବନର ମୂଳମନ୍ତ୍ର। ଏହି ବାର୍ତ୍ତା ସହ ମୁଁ ମୋର ଲେଖା ଶେଷ କରୁଛି "ସୁସ୍ଥ ରୁହନ୍ତୁ ଓ କରୋନା ଭଳି ମହାମାରିର ସାମ୍ନା ନିର୍ଭୟ ହୋଇକରି କରନ୍ତୁ" ।

"ସର୍ବେ ଭବନ୍ତୁ ସୁଖିନଃ , ସର୍ବେ ସନ୍ତୁ ନିରାମୟଃ ।
ସର୍ବେ ଭଦ୍ରାଣି ପଶ୍ୟନ୍ତୁ , ମା କଶ୍ଚିଦ ଦୁଃଖ ଭାଗ୍ ଭବେତ୍ ।"

References :

  1. https://www.drugabuse.gov/publications/drugfacts/anabolic-steroids
  2. https://medlineplus.gov/anabolicsteroids.html
  3. https://kidshealth.org/en/teens/steroids.html
  4. https://en.m.wikipedia.org/wiki/Anabolic_steroid#:~:text=Anabolic%20steroids%2C%20also%20known%20more,have%20similar%20effects%20to%20testosterone.

Written By-
Swapnali Behera

Post a Comment

0 Comments
* Please Don't Spam Here. All the Comments are Reviewed by Admin.