ଆମ ରାଜ୍ୟରେ ଅନେକ ବୈଜ୍ଞାନିକ ଅଛନ୍ତି ଯେଉଁମାନେ ବିଶେଷ କରି ଶିଶୁ ଓ କିଶୋର ମାନଙ୍କ ମଧ୍ଯରେ ବିଜ୍ଞାନକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରିଆସୁଛନ୍ତି। ଏହିପରି ଜଣେ ମହାନ ବୈଜ୍ଞାନିକ ଥିଲେ ଡକ୍ଟର ଗୋକୁଳାନନ୍ଦ ମହାପାତ୍ର। ସେ ପ୍ରଖ୍ୟାତ ବିଜ୍ଞାନ-କଳ୍ପନା ଲେଖକ ଯିଏ ଓଡ଼ିଆ ଭାଷାରେ ବିଜ୍ଞାନକୁ ଲୋକପ୍ରିୟ କରାଇଥିଲେ। ସେ ୯୫ରୁ ଅଧିକ ବିଜ୍ଞାନ-କଳ୍ପନା ଓ ଶିଶୁ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି। ତାଙ୍କର ଉଲ୍ଲେଖଯୋଗ୍ଯ ଅବଦାନ ହେଉଛି-: କୃତ୍ରିମ ଉପଗ୍ରହ, ଚନ୍ଦ୍ରର ମୃତ୍ୟୁ, ନୀଳ ଚକ୍ର ବଳା ସେପାରେ, ପୃଥିବୀ ବାହାରେ ମଣିଷ, ନିଶବ୍ଦ ଗୋଧୂଳି ଇତ୍ୟାଦି। ସେ ତାଙ୍କ ଲେଖା ପାଇଁ କଳିଙ୍ଗ ପୁରସ୍କାର ବହୁ ସମ୍ମାନଜନକ ଓଡ଼ିଶା ସାହିତ୍ଯ ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାର ଅର୍ଜନ କରିଛନ୍ତି।ତାଙ୍କର ଗୋଟିଏ ପୁସ୍ତକ ଏ ଯୁଗର ଶ୍ରେଷ୍ଠ ଆବିଷ୍କାର, ଏ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ଓଡ଼ିଆ ବିଜ୍ଞାନ ପୁସ୍ତକ। ସେ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ। ବିଦ୍ୟାଳୟ ସ୍ତରରେ ବିଜ୍ଞାନକୁ କିପରି ଲୋକପ୍ରିୟ କରାଯାଇପାରିବ ତାହା ତାଙ୍କୁ ଜଣା ଥିଲା।
ଏହା ସତ୍ଯ ଯେ ସାହିତ୍ୟ ଓ କଳା ଦ୍ଵାରା ବିଜ୍ଞାନ କୁ ଲୋକପ୍ରିୟ କରାଯାଇପାରିବ। ପାଶ୍ଚାତ୍ୟ ସାମାଜରେ ଲୋକମାନେ ଅନେକ ଆଧୁନିକ ବୈଜ୍ଞାନିକ ତଥ୍ୟ ସହିତ ଭଲ ଭାବରେ ପରିଚିତ। ଏହାର ଏକ ପ୍ରମୁଖ କାରଣ ହେଉଛି, ସେମାନଙ୍କ ଦେଶରେ ପ୍ରଚଳିତ ବିଜ୍ଞାନ-କଳ୍ପନା ଚଳଚ୍ଚିତ୍ର, ପୁସ୍ତକ, ବ୍ୟଙ୍ଗାତ୍ମକ ସାହିତ୍ୟ ଇତ୍ଯାଦି। ଏହା ବିଜ୍ଞାନ ଓ ଅନୁସନ୍ଧାନର ସଂସ୍କୃତିକୁ ବଡ଼ କରିବାରେ ସାହିତ୍ୟ ଓ କଳା କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇପାରିବ ତାହା ଦର୍ଶାଏ।ଗୋକୁଳାନନ୍ଦ ମହାପାତ୍ରଙ୍କ ପରି ଲୋକମାନେ ନିଶ୍ଚିତ ଭାବରେ ଏହି ତଥ୍ୟ ଜାଣିଥିଲେ ଏବଂ ସାହିତ୍ୟ ମାଧ୍ୟମରେ ଲୋକମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲେ।
ତେଣୁ ଆମେ ସାହିତ୍ୟ ମାଧ୍ୟମରେ ଲୋକମାନଙ୍କୁ ବିଜ୍ଞାନ ପ୍ରତି ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିବା ଉଚିତ୍।ଏହିପରି ଆମେ ଆମ ସମାଜ କୁ ବିକାଶ ପଥରେ ଆଗେଇ ନେଇପାରିବା।
Pratyush Mishra