-Ranjit Patro
ଇଂରାଜୀ ରେ ଏହି ଲେଖା କୁ ପଢ଼ିବା ପାଁଇ ଏଠାରେ କ୍ଲିକ୍ କରନ୍ତୁ ।
ପୃଥିଵୀର ଇତିହାସରେ ପ୍ରଜାତିର ପାଞ୍ଚଟି ସାମୁହିକ ବିଲୁପ୍ତି ପ୍ରାକୃତିକ ବିପର୍ଯ୍ୟୟ ହେତୁ ହୋଇଛି ବୋଲି ଅନୁମାନ କରାଯାଇଛି ଏବଂ ବର୍ତ୍ତମାନ ଆମେ ଷଷ୍ଠ ସାମୁହିକ ବିଲୁପ୍ତି (sixth mass extinction) ରେ ବାସ କରୁଅଛୁ ଏବଂ ଏହା ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁଁ ବୋଲି ଗବେଷକ ମାନେ କହିଛନ୍ତି। ଆମର ଗୁଣାତ୍ମକ ଚାହିଦା ପୂରଣ କରିବା ପାଇଁ ଆମେ ପଶୁମାନଙ୍କର ବାସସ୍ଥାନ, ପରିବେଶ କୁ ନଷ୍ଟ କରୁଛୁ, ଏହା ହେଉଛି ଷଷ୍ଠ ସାମୁହିକ ବିଲୁପ୍ତି (sixth mass extinction) ର ପ୍ରମୁଖ କାରଣ | ପ୍ରାଣୀ ଉଦ୍ୟାନ ସମସ୍ତଙ୍କ ପାଇଁ ସବୁବେଳେ ଆକର୍ଷିତ କରିଥାଏ ଏବଂ ଭାରତରେ ପ୍ରାୟ ୭୨ ଟି ପ୍ରାଣୀ ଉଦ୍ୟାନ ଅଛି | କିନ୍ତୁ, ଆପଣ ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ ନାମକ ଏକ ବିଶେଷ ପ୍ରକାରର ପ୍ରାଣୀ ଉଦ୍ୟାନ ବିଷୟରେ ଜାଣିଛନ୍ତି କି ? ଯାହା ବିଲୁପ୍ତ ପ୍ରଜାତିଗୁଡିକୁ ଫେରାଇ ଆଣିପାରିବ | ଯଦି ନୁହେଁ, ତେବେ ଚାଲନ୍ତୁ ଏଠାରେ ଆମେ ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ ବିଷୟରେ କିଛି ଜାଣିବା ପାଇଁ ଚେଷ୍ଟା କରିବା |
- ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ କ’ଣ ?
- ଆମେ ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ କାହିଁକି ଆବଶ୍ୟକ କରୁ?
- ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ ପ୍ରକୃତରେ ବିଲୁପ୍ତ ପଶୁମାନଙ୍କୁ ଫେରାଇ ଆଣିପାରିବ କି?
ଉପର ପଶୁଟି ର ନାମ ହେଲା ସୁଦାନ୍ (ଏକ ଧଳା ଗଣ୍ଡା)। ସେ ଉତ୍ତରସ୍ଥ ଅଞ୍ଚଳର ଶେଷ ପୁରୁଷ ଗଣ୍ଡା ଭାବେ ପରିଚିତ ଥିଲା। କିନ୍ତୁ ଦୁର୍ଭାଗ୍ୟ ର କଥା ଯେ, ୨୦୨୦ ରେ ତାହାର ମୃତ୍ୟୁବରଣ ହୋଇଯାଇଛି, ବର୍ତ୍ତମାନ ଏହି ପ୍ରଜାତି ର କେବଳ ଦୁଇଟି ପଶୁ ଵିଲୁପ୍ତ ହେବାରୁ ବଞ୍ଚିତ ଅଛନ୍ତି। ସେମାନେ ହେଲେ ସୁଦାନଙ୍କ ଝିଅ ଏବଂ ନାତୁଣୀ | ବର୍ତ୍ତମାନ କେହି ପୁରୁଷ ପଶୁ ଏହି ପ୍ରଜାତିର ଜୀବିତ ନାହାନ୍ତି, ତାହେଲେ ଏହାର ଅର୍ଥ କଣ ଏହି ଉପ-ପ୍ରଜାତିର ସମାପ୍ତି? ନା ! ଏଠାରେ ଆମକୁ ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ ସାହାଯ୍ୟ କରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି | ବର୍ତ୍ତମାନ, ଆସନ୍ତୁ ଦେଖିବା ସେମାନେ ପ୍ରକୃତରେ ବିଲୁପ୍ତ ପ୍ରାଣୀମାନଙ୍କୁ କିପରି ଫେରାଇ ଆଣି ପାରିବେ?
ସାନ୍ ଦିଏଗୋ ପ୍ରାଣୀ-ଉଦ୍ୟାନର ସଂରକ୍ଷଣ ଅନୁସନ୍ଧାନ ପ୍ରତିଷ୍ଠାନର ଗବେଷକମାନେ ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ ସାହାଯ୍ୟରେ ଉପ-ପ୍ରଜାତିମାନଙ୍କ ଵିଲୁପ୍ତ କୁ ବଞ୍ଚାଇବା କୁ ଦ୍ୱିତୀୟ ସୁଯୋଗ ଦେବା ପାଇଁ କାର୍ଯ୍ୟ କରୁଛନ୍ତି | ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ ରେ ଏକ ଷ୍ଟୋର ଘର ରହିଥାଏ, ଯେଉଁଠାରେ DNA, ଶୁକ୍ରାଣୁ ଏବଂ ଡିମ୍ଵାଣୁ ପ୍ରାଣୀମାନଙ୍କଠାରୁ ନିଆଯାଇ ଶୀତଳ ତାପମାତ୍ରାରେ ୧୯୬°C ରେ ରଖାଯାଇଥାଏ | ଏହି ପ୍ରକ୍ରିୟାକୁ ନିମ୍ନତାପ ସଂରକ୍ଷଣ (Cryopreservation) ବୋଲି କୁହାଯାଏ। ଏହି ତାପମାତ୍ରାରେ ସମସ୍ତ ଜୀବନ କାର୍ଯ୍ୟକଳାପ ବନ୍ଦ ହୋଇଯାଏ ଏବଂ ଜୈବିକ ଉପାଦାନଗୁଡ଼ିକ ସ୍ଥିର ହୋଇ ରହିଥାଏ | ଏହି ପ୍ରକ୍ରିୟା ଅବଲମ୍ବନ କରିବା ଦ୍ବାରା ଆମେ ସେମାନଙ୍କୁ ପ୍ରାୟ ଶହ ଶହ ବର୍ଷ ଗଚ୍ଛିତ କରିପାରିବା ଏବଂ ପରେ ସମ୍ପୃକ୍ତ ପ୍ରଜାତିଗୁଡିକୁ ପୁନର୍ଜୀବିତ କରିବା ପାଇଁ ବ୍ୟବହାର କରିପାରିବା |
୧୯୭୦ ରେ ସାନ୍ ଦିଏଗୋ ପ୍ରାଣୀ-ଉଦ୍ୟାନର ଅନୁଷ୍ଠାନର ପ୍ରସିଦ୍ଧ Dr. Kurt Benirschke ଏହି ପ୍ରକ୍ରିୟାର ଆବିଷ୍କାର କରିଥିଲେ | ସେ ପ୍ରଥମେ ବିଭିନ୍ନ ପ୍ରଜାତିର ନମୁନା ସଂଗ୍ରହ କରି ଏହାର ସଂରକ୍ଷଣ କରିବା ଆରମ୍ଭ କରିଥିଲେ | ବର୍ତ୍ତମାନ, ଏହା ହେଉଛି ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ଓ ଏଥିରେ ପ୍ରାୟ ୧୦,୦୦୦ ଜୀବନ୍ତ ଓସାଇଟ୍, ଶୁକ୍ରାଣୁ ଗଚ୍ଛିତ ଅଛି | ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନରେ ଏହି ଜୈବିକ ଉପାଦାନଗୁଡ଼ିକୁ ଏକ ବିଶାଳ ଶୀତଳ ଷ୍ଟେନଲେସ୍ ଷ୍ଟିଲ୍ ଟ୍ୟାଙ୍କରେ ରଖାଯାଏ, ଯାହା ଏକ ବହୁଭାଗବିଶିଷ୍ଟ କୋଠାଘର ପରି ଦେଖାଯାଏ | ସେହି ଟ୍ୟାଙ୍କର ପ୍ରତ୍ୟେକ ମହଲାରେ ଶହ ଶହ ବାକ୍ସ ରହିଥାଏ ଏବଂ ପ୍ରତ୍ୟେକ ବାକ୍ସରେ ଲକ୍ଷ ଲକ୍ଷ ଜୀବନ୍ତ କୋଷ କୁ ରଖାଯାଇଥାଏ | ତେବେ, କେଉଁ ପଶୁ ପ୍ରଜାତିଗୁଡିକ ଆମକୁ କାମ କରିବା ଆବଶ୍ୟକ ତାହା କିପରି ପୃଥକ କରିପାରିବା ? ଏଇଥିପାଇଁ ସେହି ସମସ୍ତ ବାକ୍ସଗୁଡ଼ିକୁ ଟ୍ୟାଙ୍କରେ ରଖିବା ପୂର୍ବରୁ ନାମକରଣ କରାଯାଇଥାଏ |
ବର୍ତ୍ତମାନ ଆସନ୍ତୁ, ଆମେ ଜାଣିବା କିପରି ଏକ ବିଲୁପ୍ତ ପ୍ରଜାତି କୁ ପୁନର୍ବାର ଜୀବନ୍ତ କରିପାରିବା ?
ବିଲୁପ୍ତପ୍ରାୟ ପ୍ରଜାତିର ଜୀବନ ବଞ୍ଚାଇବା ପାଇଁ ପ୍ରାଣୀ-ଉଦ୍ୟାନ ଗୁଡ଼ିକ ସର୍ବଦା ପ୍ରଜନନ ପ୍ରକ୍ରିୟା ବ୍ୟବହାର କରନ୍ତି | ଅବଶ୍ୟ, ସେମାନେ ବ୍ୟବହାର କରିବା ପ୍ରଜାତିଗୁଡିକ ଜୀବନ୍ତଥା'ନ୍ତି। କିନ୍ତୁ ବରଫ ସଂରକ୍ଷିତ ପ୍ରାଣୀ-ଉଦ୍ୟାନ ଗୋଟିଏ ପାଦ ଆଗରେ କାମ କରିପାରିବ, ଅର୍ଥାତ୍ ଏହା ବିଲୁପ୍ତ ପ୍ରଜାତିଗୁଡିକୁ ଫେରାଇ ଆଣିପାରିବ ଯାହା ଏକ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲା | ଯେପରିକି, ଉପରୋକ୍ତ ପ୍ରଜାତି ଧଳା ଗଣ୍ଡା କ୍ଷେତ୍ରରେ ଅନୁସନ୍ଧାନକାରୀମାନେ କିଛି କୋଷକୁ ବିଶେଷ ଷ୍ଟେମ୍ କୋଷରେ ପରିଣତ କରିବା ପାଇଁ ବ୍ୟବହୃତ କରିଥିଲେ | ଏହି ଷ୍ଟେମ୍ କୋଷଗୁଡିକ ବର୍ତ୍ତମାନ ଶରୀରର ଯେକୌଣସି କୋଷ କିମ୍ବା ଡିମ୍ଵାଣୁ ଏବଂ ଶୁକ୍ରାଣୁ କୋଷରେ ରୂପାନ୍ତରିତ ହୋଇପାରିବ। କୋଷ ରୂପାନ୍ତର ପରେ ଏହାକୁ ଭ୍ରୁଣ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ | ଏହା ପରେ ଇନ୍-ଭିଭୋ ପ୍ରକ୍ରିୟା ଦ୍ୱାରା ସେହି ଭ୍ରୁଣକୁ ଅନ୍ୟ ଏକ ପ୍ରଜାତିରେ ବୃଦ୍ଧି କରାଯାଏ ଏବଂ ଏହା ଦ୍ୱାରା ଵିଲୁପ୍ତ ପଶୁକୁ ବିକଶିତ କରାଯାଇପାରିବ |
ଏହା ବର୍ତ୍ତମାନ ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ଭଳି ଆପଣମାନଙ୍କୁ ଲାଗୁଥିବ, କିନ୍ତୁ ପ୍ରକୃତରେ ଏହା ସମ୍ଭବ। ଗବେଷକମାନେ ଚର୍ମ କୋଷରୁ ଏକ ଶିଶୁ ମୂଷା ଏହି ଉପରକ୍ତ ପ୍ରକ୍ରିୟା ରେ ପ୍ରସ୍ତୁତ କରିଛନ୍ତି | ଆଶା କରାଯାଉଛି ଯେ ବୈଜ୍ଞାନିକମାନେ ଏକ ପୁରୁଷ ଗଣ୍ଡା ମଧ୍ୟ ଏହି ପ୍ରକ୍ରିୟାରେ ପ୍ରସ୍ତୁତ କରିପାରିବେ ଏବଂ ବିଦ୍ୟମାନ ମହିଳା ଧଳା ଗଣ୍ଡା ଶୀଘ୍ର ମାଆ ହୋଇପାରିବ | ବୈଜ୍ଞାନିକଙ୍କ ମତରେ ଏହି ପ୍ରକ୍ରିୟା ବିଲୁପ୍ତପ୍ରାୟ ପ୍ରଜାତିଗୁଡିକୁ ବଞ୍ଚାଇ ପାରିବ | ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଗଚ୍ଛିତ ନମୁନାଗୁଡ଼ିକ ବ୍ୟବହାର କରିବା ଦ୍ୱାରା ଆମେ ପ୍ରାକୃତିକ ଦୁନିଆକୁ ଏକ ସକାରାତ୍ମକ ଭଙ୍ଗରେ ପରିବର୍ତ୍ତନ କରିବାରେ ସକ୍ଷମ ହେବା। ସଂକ୍ଷେପରେ କହିବାକୁ ଗଲେ ଆପଣ କେବେବି ଏହି ଗ୍ରହରେ ଏକୁଟିଆ ରହିପାରିବେ ନାହିଁ ଏବଂ ଜୀଵନ ବଜାୟ ରଖିବା ପାଇଁ ପରିବେଶରେ ଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ |
Written By-
Ranjit Patro