କୃତ୍ରିମ କୋଷ

ଇଂରାଜୀ ରେ ଏହି ଲେଖା କୁ ପଢ଼ିବା ପାଁଇ ଏଠାରେ କ୍ଲିକ୍ କରନ୍ତୁ ।

ଏକ କୃତ୍ରିମ କୋଷ (synthetic cell) ହେଉଛି ଏକ ଇଞ୍ଜିନିୟର୍ (engineer) ହୋଇଥିବା କଣିକା ଯାହା ଏକ ଜୈବିକ କୋଷର ଗୋଟିଏ କିମ୍ବା ଅନେକ କାର୍ଯ୍ୟକୁ ନକଲ କରେ | କୃତ୍ରିମ କୋଷ ଗୁଡ଼ିକର ଧାରଣା ପ୍ରଥମେ ୧୯୫୭ (1957) ରେ ଡକ୍ଟର ଥୋମାସ୍ ମିଙ୍ଗ ସ୍ୱି ଚାଙ୍ଗ (Dr. Thomas Ming Swi Chang)ଙ୍କ ଦ୍ୱାରା ପ୍ରସ୍ତାବିତ ହୋଇଥିଲା | ଏହି ଶବ୍ଦ ଏକ ନିର୍ଦ୍ଦିଷ୍ଟ ଶାରୀରିକ ଜିନିଷକୁ ଦର୍ଶାଏ ନାହିଁ, ବରଂ ଏହି ଧାରଣାକୁ ସୂଚିତ କରେ ଯେ ଜୈବିକ କୋଷଗୁଡ଼ିକର କିଛି କାର୍ଯ୍ୟ କିମ୍ବା ସଂରଚନାକୁ ଏକ କୃତ୍ରିମ ତତ୍ଵ ସହିତ ବଦଳାଯାଇ ପାରିବ | ପ୍ରାୟତଃ, କୃତ୍ରିମ କୋଷଗୁଡ଼ିକ ଜୈବିକ କିମ୍ବା ପଲିମେରିକ୍ (polymeric) ସୁକ୍ଷ୍ମ ତ୍ଵକ ବା ପରଦା/ଝିଲ୍ଲୀ (membrane) ଯାହା ଜୈବିକ ସକ୍ରିୟ ସାମଗ୍ରୀକୁ ଆବଦ୍ଧ କରେ | ପ୍ରାକୃତିକ କୋଷଗୁଡ଼ିକର ବିକଳ୍ପ ଭାବରେ ଏଗୁଡ଼ିକ ବହୁତ ଧ୍ୟାନ ଆକର୍ଷିତ କରିଛନ୍ତି | ଏହି କୃତ୍ରିମ କୋଷଗୁଡ଼ିକର ପ୍ରୟୋଗ ଔଷଧଠାରୁ ପରିବେଶ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ହୋଇପାରେ, ଏବଂ ଏହା ଜୀବନର ଉତ୍ପତ୍ତି ସିଦ୍ଧାନ୍ତ (theory of origin of life) ନିର୍ମାଣରେ ଉପଯୋଗୀ ହୋଇପାରେ | ତଥାପି, ସରଳ ଏକ କୋଷୀ ଜୀବ (unicellular organism) ମଧ୍ୟ ଅତ୍ୟନ୍ତ ଜଟିଳ ଏବଂ ନିର୍ଜୀବ ଉପାଦାନରୁ ଜୀବନ୍ତ କୃତ୍ରିମ କୋଷଗୁଡ଼ିକର ସଂଶ୍ଲେଷଣ ବହୁତ ଭୟଙ୍କର ମନେ ହୁଏ | ତଥାପି, କୃତ୍ରିମ କୋଷ ଗଠନରେ ସାମ୍ପ୍ରତିକ ଅଗ୍ରଗତି ସୂଚିତ କରେ ଯେ ଜୀବନ୍ତ ଜୀବନ ନିର୍ମାଣ ବର୍ତ୍ତମାନ ଏକ ଅବାସ୍ତବ ଲକ୍ଷ୍ୟ ନୁହେଁ |

ଆଧୁନିକ କୋଷ ଜୀବବିଜ୍ଞାନ (modern cell biology) କେବଳ କୋଷଗୁଡ଼ିକର ଗଠନ, କାର୍ଯ୍ୟ ଏବଂ କାର୍ଯ୍ୟ ପଦ୍ଧତି ଅନୁସନ୍ଧାନ କରି ସନ୍ତୁଷ୍ଟ ନୁହେଁ | ଏହି ଗବେଷଣା ଅନେକ ନୂତନ କ୍ଷେତ୍ରରେ ବିସ୍ତାରିତ ହୋଇଛି ଯେପରିକି ଜୀବନର ଉତ୍ପତ୍ତି (origin of life), କୋଷ ଅଭିଯାନ୍ତ୍ରିକୀ (cell engineering), ଜୈବ ପ୍ରଯୁକ୍ତିବିଦ୍ୟା (biotechnology), ଜୈବ କାରଖାନା (bio-factories), ଔଷଧ (medicine), ଔଷଧ ବିତରଣ (drug delivery), ଫାର୍ମାସ୍ୟୁଟିକାଲ୍ (pharmaceuticals), ଜୈବିକ ସମ୍ବେଦକ (biosensors) ଏବଂ ଜୈବିକ ଉପଚାର (bioremediation) | ତଥାପି, କୋଷ ଜୀବବିଜ୍ଞାନର ଦ୍ରୁତ ବିକାଶ ସହିତ, ଅନେକ ପ୍ରସଙ୍ଗ ସୃଷ୍ଟି ହୋଇଛି, ମୁଖ୍ୟତଃ ଜୈବିକ କୋଷଗୁଡ଼ିକର ଅନ୍ତର୍ନିହିତ ଜଟିଳତା ତଥା ସହଜତାର ସହିତ କ୍ଷୟ ହେବାର ସ୍ୱଭାବ, ଅର୍ଥାତ୍ କାର୍ଯ୍ୟକଳାପର ସହଜ କ୍ଷତି କିମ୍ବା କୃତ୍ରିମ ପରିବେଶରେ (in vitro conditions) ମୃତ୍ୟୁ | ଜୈବିକ କୋଷଗୁଡ଼ିକୁ ନକଲ କରିବା ସଙ୍ଗେ ସଙ୍ଗେ ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ, କୃତ୍ରିମ କୋଷଗୁଡ଼ିକ ନିର୍ମିତ କରାଯାଏ  ଯାହା ଅଧିକ ସହଜରେ ନିୟନ୍ତ୍ରିତ ହେବ ଏବଂ ପ୍ରାକୃତିକ କୋଷ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ |  ଜୈବିକ କୋଷଗୁଡ଼ିକର ଗୁଣ ସବୁ ବୁଝିବା  ଏବଂ ତାଙ୍କର ଅଧ୍ୟୟନ ,ସର୍ବନିମ୍ନ ହସ୍ତକ୍ଷେପ ସହିତ କୋଷୀୟ ଜଟିଳତା (cellular complexity), କୋଷଗୁଡ଼ିକର ଗତିଶୀଳତା (dynamics) ଅନୁସନ୍ଧାନ କରିବା ଏବଂ ଜୈବିକ କୋଷଗୁଡ଼ିକ ସ୍ଥାନରେ ନୂତନ ସମ୍ଭାବ୍ୟ ପ୍ରୟୋଗ ଅନୁସନ୍ଧାନ କରିବା ପାଇଁ କୃତ୍ରିମ କୋଷ ଜୈବମିତୀୟ ବ୍ୟବସ୍ଥା (biometric system) ଭାବରେ ମଧ୍ୟ ବ୍ୟବହୃତ ହୋଇପାରିବ |

କୃତ୍ରିମ କୋଷଗୁଡ଼ିକୁ ସେମାନଙ୍କର ଅନ୍ତର୍ନିହିତ ବୈଶିଷ୍ଟ୍ୟ (intrinsic characteristics) ଉପରେ ଆଧାର କରି ଦୁଇଟି ମୁଖ୍ୟ ବର୍ଗରେ ଶ୍ରେଣୀଭୁକ୍ତ କରାଯାଇପାରିବ - ସାଧାରଣ ଏବଂ ଅସାଧାରଣ (typical and non-typical)| ସାଧାରଣ କୋଷ ଗୁଡ଼ିକ ହେଉଛି 'ପୂର୍ଣ୍ଣ ଅର୍ଥ'ରେ କୃତ୍ରିମ କୋଷ | ସାଧାରଣତଃ, ସାଧାରଣ କୃତ୍ରିମ କୋଷଗୁଡ଼ିକରେ କୋଷ ପରି ସଂରଚନା ରହିବା ଉଚିତ ଏବଂ ଜୀବନ୍ତ ଜୈବିକ କୋଷଗୁଡ଼ିକର ଅତି କମରେ କିଛି ପ୍ରମୁଖ ବୈଶିଷ୍ଟ୍ୟ ପ୍ରଦର୍ଶନ କରିବା ଉଚିତ୍, ଯେପରିକି ବିକଶିତ ହେବା (evolve), ଆତ୍ମ-ପୁନଃଉତ୍ପାଦନ (self-reproduce) ଏବଂ କୋଷ ଭିତରେ ଖାଦ୍ୟର ପ୍ରକ୍ରିୟାକରଣ କରିବା (metabolize) | ଅପରପକ୍ଷରେ, ଅଣ-ସାଧାରଣ କୃତ୍ରିମ କୋଷଗୁଡ଼ିକ ହେଉଛି ଇଞ୍ଜିନିୟର (engineer) ହୋଇଥିବା ସାମଗ୍ରୀ ଯାହା ଜୈବିକ କୋଷଗୁଡ଼ିକର ଏକ କିମ୍ବା ଅଧିକ ବୈଶିଷ୍ଟ୍ୟକୁ ନକଲ କରିପରେ  ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଗଠନରେ କୌଣସି ପ୍ରତିବନ୍ଧକ ନ ଥାଏ | ଏହି ସାମଗ୍ରୀ ଗୁଡ଼ିକର ଅଧିକ ସଠିକ୍ ସଂଜ୍ଞା ହେବ 'କୋଷ ନକଲ' (cell mimics) ଯାହା କିଛି କାର୍ଯ୍ୟ, ପୃଷ୍ଠ ବୈଶିଷ୍ଟ୍ୟ (surface characteristics), ଆକୃତି ଏବଂ ଜୈବିକ କୋଷଗୁଡ଼ିକର ରୂପବିଜ୍ଞାନକୁ (morphology of biological cells) ନକଲ କରେ |

ସାଧାରଣ କୃତ୍ରିମ କୋଷ (Typical Artificial Cells):

ସାଧାରଣ କୃତ୍ରିମ କୋଷଗୁଡ଼ିକରେ ଆଦର୍ଶ ଭାବରେ ସମାନ ସଂରଚନା ଏବଂ ଜୀବନ୍ତ କୋଷଗୁଡ଼ିକର ଅତ୍ୟାବଶ୍ୟକ ଗୁଣ ରହିବା ଉଚିତ୍ | ଚରମ ଲକ୍ଷ୍ୟ ହେଉଛି କୃତ୍ରିମ କୋଷ ନିର୍ମାଣ କରିବା ଯାହାକୁ 'ଜୀବନ୍ତ' ଭାବରେ ବିବେଚନା କରାଯାଇପାରିବ | ଏପରିକି ସରଳ ଜଣାଶୁଣା ଜୀବମାନେ ମଧ୍ୟ ଅତ୍ୟନ୍ତ ଜଟିଳ, ଯାହା 'ଜୀବନ୍ତ' କୃତ୍ରିମ କୋଷଗୁଡ଼ିକୁ ସଂଶ୍ଲେଷଣ କରିବାର ପ୍ରୟାସକୁ କଷ୍ଟକର କରିଥାଏ | ଜୀବନର ଅତ୍ୟାବଶ୍ୟକ କାର୍ଯ୍ୟ ସମ୍ପାଦନ ପାଇଁ ଜୈବିକ କୋଷଗୁଡ଼ିକ ତିନୋଟି ମୁଖ୍ୟ ଅଂଶ ଧାରଣ କରନ୍ତି:

  1. ଏକ ସ୍ଥିର, ଅର୍ଦ୍ଧ-ପାରଗମ୍ୟ ଝିଲ୍ଲୀ (semi permeable membrane) ଯାହା କିଛି ନିର୍ଦ୍ଧିଷ୍ଟ ସମାଗ୍ରୀ ଏବଂ ଶକ୍ତି ବିନିମୟକୁ ଅନୁମତି ଦେବା ସହିତ ବାହ୍ୟ ପରିବେଶ ଦ୍ୱାରା କୋଷ ଉପାଦାନଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରେ ଏବଂ ଉପାଦାନଗୁଡ଼ିକୁ ପରିବଦ୍ଧ କରେ |
  2. ଜୈବ ବୃହତ୍ ଅଣୁ (biomacromolecules) (ଡିଏନଏ କିମ୍ବା ଆରଏନଏ (DNA or RNA)) ଯାହା ଜିନୀୟ ସୂଚନା (genetic information) ବହନ କରେ, କୋଷର ଗତିଶୀଳତାକୁ ନିୟନ୍ତ୍ରଣ କରେ, ଏବଂ ଏହାକୁ ବିକଶିତ ହେବାର କ୍ଷମତା (capability of evolution) ପ୍ରଦାନ କରେ |
  3. କୋଷଗୁଡ଼ିକୁ ଶକ୍ତି ଯୋଗାଇବା, ସେମାନଙ୍କୁ ଆତ୍ମ-ରକ୍ଷଣବେକ୍ଷଣ ଏବଂ ଆତ୍ମ-ନବୀକରଣ ପାଇଁ ସମର୍ଥ କରିବା ପାଇଁ ବ୍ୟବହୃତ ଚୟାପଚୟ (series of metabolic pathways), ଏବଂ ଆତ୍ମ-ପ୍ରକ୍ରିୟାସୂଚନା (self-process information) |
Credit: BioTechSpace | Image: Google

ଏହା ଅତ୍ୟନ୍ତ ବାଞ୍ଛନୀୟ ଯେ କୃତ୍ରିମ କୋଷଗୁଡ଼ିକ ଜୈବିକ କୋଷଗୁଡ଼ିକର ତିନୋଟି ବୈଶିଷ୍ଟ୍ୟ ଧାରଣ କରନ୍ତୁ | ଯଦିଓ ଏକ କୃତ୍ରିମ କୋଷ ଯାହା ଏକ ଜୀବନ୍ତ କୋଷର ସମସ୍ତ ମୌଳିକ ଗୁଣ ଧାରଣ କରେ ତାହା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ, ତଥାପି ସାମ୍ପ୍ରତିକ ଅଗ୍ରଗତି ସୂଚିତ କରୁଅଛି ଯେ ଏହା ବର୍ତ୍ତମାନ ଏକ ବାସ୍ତବରେ ପରିଣତ ହେଇପାରୁଥିବା ଲକ୍ଷ୍ୟ |

ବର୍ତ୍ତମାନ ପର୍ଯ୍ୟନ୍ତ, ଏକ କୃତ୍ରିମ କୋଷ ନିର୍ମାଣ ପାଇଁ ଦୁଇଟି ମୁଖ୍ୟ ମୌଳିକ ଆଭିମୁଖ୍ୟ ଉପରେ ବିଚାର କରାଯାଇଛି: ଏକ ଉପରୁ ତଳ ଯାକେ ଆଭିମୁଖ୍ୟ (ଟପ୍-ଡାଉନ୍ ଆଭିମୁଖ୍ୟ) (top-down approach) ଏବଂ ଏକ ତଳରୁ ଉପର ଯାକେ ଆଭିମୁଖ୍ୟ (ବଟମ୍-ଅପ୍ ଆଭିମୁଖ୍ୟ) (bottom-up approach) | ଟପ୍-ଡାଉନ୍ ଆଭିମୁଖ୍ୟ ଏକ ଜୀବନ୍ତ ଜୀବରୁ ଆରମ୍ଭ ହୁଏ, କୋଷୀୟ ଜୀବନର ଅତ୍ୟାବଶ୍ୟକ ଗୁଣ ବଜାୟ ରଖିବା ପାଇଁ ଆବଶ୍ୟକ ଥିବା ଜିନ୍ ର (gene) ଏକ ସର୍ବନିମ୍ନ ସଂଖ୍ୟାକୁ ଜିନୋମରୁ ଅଲଗା କରେ, କିମ୍ବା ଜିନୋମକୁ ଏକ କୃତ୍ରିମ ଜିନୋମ୍ ସହିତ ସଂପୂର୍ଣ୍ଣ ଭାବରେ ବଦଳାଇଥାଏ | ଅପରପକ୍ଷରେ, ବଟମ୍-ଅପ୍ ଆଭିମୁଖ୍ୟ ଆରମ୍ଭରୁ ଆରମ୍ଭ ହୁଏ|ଏହା ଜୈବିକ ଏବଂ/କିମ୍ବା ଅଣ-ଜୈବିକ ଅଣୁକୁ ଯୋଡିକରି ଏକ 'ଜୀବନ୍ତ' କୃତ୍ରିମ କୋଷ ନିର୍ମାଣ କରେ | ଏହି ଦୁଇଟି ଆଭିମୁଖ୍ୟ ପରସ୍ପରଠୁ ବହୁତ ଭିନ୍ନ କିନ୍ତୁ ପରିପୂରକ, ଏକ ସରଳ ପ୍ରୋଟୋସେଲ୍ (simple protocell) ଠାରୁ ଇଞ୍ଜିନିୟରଡ୍ ଜୀବନ (engineered life) ପର୍ଯ୍ୟନ୍ତ କୃତ୍ରିମ କୋଷଗୁଡ଼ିକର ଏକ ବ୍ୟାପକ ପରିସର ତିଆରି କରନ୍ତି |

ଅଣ-ସାଧାରଣ କୃତ୍ରିମ କୋଷ (Non-Typical Artificial Cells):

ଅଣ-ସାଧାରଣ କୃତ୍ରିମ କୋଷଗୁଡ଼ିକ ହେଉଛି ଇଞ୍ଜିନିୟର୍ ହୋଇଥିବା ସାମଗ୍ରୀ ଯାହା ଜୈବିକ କୋଷଗୁଡ଼ିକର ଏକ କିମ୍ବା ଅଧିକ ବୈଶିଷ୍ଟ୍ୟକୁ ନକଲ କରେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂରଚନା ଉପରେ କୌଣସି ପ୍ରତିବନ୍ଧକ ନଥାଏ | ସେମାନଙ୍କୁ ଅଧିକ ସଠିକ୍ ଭାବରେ 'କୋଷ ନକଲ' (cell mimics) କୁହାଯାଏ ଯାହା କିଛି ପୃଷ୍ଠ ବୈଶିଷ୍ଟ୍ୟକୁ (surface characteristics) ଅନୁକରଣ କରେ, ଆକୃତି, ପ୍ରକାର୍ଯ୍ୟ, ଏବଂ ଜୈବିକ କୋଷଗୁଡ଼ିକର ରୂପବିଜ୍ଞାନକୁ (morphology of biological cells) ମଧ୍ୟ ଅନୁକରଣ କରେ |

ସେମାନଙ୍କର କାର୍ଯ୍ୟ ଉପରେ ଆଧାର କରି, ସେମାନେ ହେଉଛନ୍ତି ଚାରି ପ୍ରକାରର :

  • ପୃଷ୍ଠ ନକଲ କରିଥିବା କୋଷ (surface mimics) :- 

କୋଷଗୁଡ଼ିକର ପୃଷ୍ଠ ଝିଲ୍ଲୀ (surface membrane) ରେ ଉପସ୍ଥିତ ବିଭିନ୍ନ ରିସେପ୍ଟରସ୍ (receptors), ଆଣ୍ଟିଜେନସ୍ (antigens), ଏବଂ ଲିଗାଣ୍ଡସ୍ (ligands) କୋଷ-କୋଷ ଯୋଗାଯୋଗ (cell-cell communication) ପରି ବିବିଧ କାର୍ଯ୍ୟ କରିଥାନ୍ତି | ପୃଷ୍ଠ ବୈଶିଷ୍ଟ୍ୟ (surface characteristics) ଗୁଡିକର ନକଲ, ଏକ ଅର୍ଥରେ, ନମୁନା କୋଷ (template cells) ଗୁଡ଼ିକର କିଛି କିମ୍ବା ସମସ୍ତ କାର୍ଯ୍ୟକୁ ଅନୁକରଣ କରିବାର ଏକ ଦକ୍ଷ ଉପାୟ ପ୍ରଦାନ କରେ | କୋଷ ପୃଷ୍ଠ ନକଲ ପାଇଁ ଦୁଇଟି ମୁଖ୍ୟ ପଦ୍ଧତି ବର୍ଣ୍ଣନା କରାଯାଇଛି: ଗୋଟିଏ ହେଉଛି କିଛି କାର୍ଯ୍ୟକ୍ଷମ ଝିଲ୍ଲୀ ଗୋଷ୍ଠୀ (functional membrane groups) କୁ ଡିଜାଇନ୍ ହୋଇଥିବା କଣିକାରେ (designed particles) ଅନ୍ତର୍ଭୁକ୍ତ କରିବା, ଏବଂ ଅନ୍ୟଟି ହେଉଛି କଣିକାଗୁଡ଼ିକୁ ସିଧାସଳଖ ଅକ୍ଷୁର୍ଣ୍ଣ କୋଷ ଝିଲ୍ଲୀ (intact cell membranes) ସହିତ  ଆବୃତ (coat) କରିବା  ଅଧିକ ପରିବର୍ତ୍ତନ ସହିତ କିମ୍ବା ଅଧିକ ପରିବର୍ତ୍ତନ ବିନା |

  • ଆକୃତି ନକଲ କରୁଥିବା କୋଷ (Shape Mimics) :- 

ପୃଷ୍ଠ ବୈଶିଷ୍ଟ୍ୟ ବ୍ୟତୀତ, ଆକୃତି ଏବଂ ଯାନ୍ତ୍ରିକ ଗୁଣ (mechanical properties) ମଧ୍ୟ କୋଷର କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ | ଅନନ୍ୟ ଗୁଣ ଥିବା କଣିକା ଯାହା କୋଷସହିତ ସମାନ ତାହା ତିଆରି କରାଯାଇଛି ଏବଂ କୋଷଗୁଡ଼ିକର କିଛି କାର୍ଯ୍ୟକୁ ନକଲ କରିବାରେ ସକ୍ଷମ ବୋଲି ମଧ୍ୟ ଦର୍ଶାଯାଇଛି| ଉଦାହରଣ ପାଇଁ, ଦ୍ଵି-ଅବତଳ ଚେପଟା ଆକୃତି (biconcave discoidal shape) ହେତୁ, ଲୋହିତ ରକ୍ତ କଣିକା (ନାଲି ରକ୍ତ କୋଷ) (RBC – Red Blood Cells) ଗୁଡ଼ିକର ଉଚ୍ଚ ନମନୀୟତା ଅଛି ଯାହା ଦ୍ୱାରା କି, କୋଷ ଗୁଡ଼ିକର ଆକାର ଠାରୁ ଛୋଟ ବ୍ୟାସ ସହିତ, ସଂକୀର୍ଣ୍ଣ କୈଶିକ ନଳୀ (narrow capillaries) ମଧ୍ୟରୁ ପଶିକି ବାହାରି ଯାଏ ଏବଂ ଦକ୍ଷତାର ସହିତ ଶରୀରରେ ପ୍ରସାରଣ କରେ | ତେଣୁ, ଏହି ଗୁଣ ବ୍ୟବହାର କରି ଆମେ କୋଷ ଏବଂ କ୍ୟାପିଲରୀ ଭିତର ଦେଇ ଯିବା ପାଇଁ କୋଷଗୁଡ଼ିକୁ ସଂଶ୍ଲେଷଣ କରିପାରିବା |

ମୋର୍ଫୋଲୋଜି ମିମିକ୍ସ (Morphology Mimics) :- 

ଅନେକ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କୋଷ ଏବଂ ସେଇ ଜୀବମାନଙ୍କ ପାଇଁ, ସେମାନଙ୍କର ଅନନ୍ୟ ରୂପାନ୍ତର (unique morphology) ସେମାନଙ୍କ କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ | ଉଦାହରଣ ସ୍ୱରୂପ, ଅଲଟ୍ରାଫାଇନ୍ ମର୍ଫୋଲୋଜି (ultrafine morphology) ପ୍ରତିରକ୍ଷା କୋଷଗୁଡ଼ିକୁ (immunocytes) କୁ କୋଷୀୟ ଆବର୍ଜନା (cellular debris), ଅସ୍ୱାଭାବିକ କୋଷ (abnormal cells) ଏବଂ ବିଦେଶୀ ପଦାର୍ଥ (foreign substances) କୁ ଦକ୍ଷତାର ସହିତ ଧରିବାକୁ ସକ୍ଷମ କରେ | କର୍କଟ-କୋଷଗୁଡ଼ିକୁ ଦୂର କରିବା ପାଇଁ ଏହି ପ୍ରକ୍ରିୟାର ବ୍ୟବହାର କରାଯାଇପାରିବ |

ପ୍ରକାର୍ଯ୍ୟ ମିମିକ୍ସ (Function Mimics) :- 

ରଚନା ଏବଂ ରୂପବିଜ୍ଞାନ ନକଲ (composition and morphology mimicking) କରିବା ବ୍ୟତୀତ, ସିଧାସଳଖ କୋଷ କାର୍ଯ୍ୟକୁ ନକଲ କରିବା ପାଇଁ କୁଶଳ ପ୍ରଣାଳୀ (smart systems) ମଧ୍ୟ ନିର୍ମାଣ କରାଯାଇପାରିବ | କୋଷ କଣିକା ଗୁଡ଼ିକୁ ନକଲ କରେ | ପ୍ରାକୃତିକ କୋଷଗୁଡ଼ିକର କିଛି ଲାଭଦାୟକ ଗୁଣକୁ ଅନ୍ତର୍ଭୁକ୍ତ କରି, କୋଷଗୁଡ଼ିକ ପାରମ୍ପାରିକ କଣିକା ଉପରେ ଆଶାଜନକ ସୁବିଧା ପାଇଛନ୍ତି, ବିଶେଷକରି ଜୈବିକ ଭେଷଜ ବିଜ୍ଞାନ (biomedicine) କ୍ଷେତ୍ରରେ | ତଥାପି, ଏହି କୋଷର ନକଲ କଣିକା ଗୁଡିକ ଏକ ଉନ୍ନତ ବାୟୋଇଞ୍ଜିନିୟରିଂ ଆଭିମୁଖ୍ୟ (advanced bioengineering approach) କୁ ପ୍ରତିନିଧିତ୍ୱ କରନ୍ତି , ଯାହା ପ୍ରାକୃତିକ କୋଷଗୁଡ଼ିକର ବୈଶିଷ୍ଟ୍ୟକୁ ଅଣ-ଜୀବନ୍ତ ସାମଗ୍ରୀରେ ଅନ୍ତର୍ଭୁକ୍ତ କରେ ଅତ୍ୟନ୍ତ ଆଶାଜନକ ଏବଂ ବ୍ୟାପକ ଜୈବିକ ପ୍ରୟୋଗ ସମ୍ଭାବ୍ୟ (biological applications potential)  ସହିତ |

କୃତ୍ରିମ କୋଷ ପ୍ରଯୁକ୍ତିବିଦ୍ୟା (synthetic cell technology) ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ କ୍ଷେତ୍ର ପାଇଁ ଏକ ବରଦାନ ହୋଇପାରେ ଏବଂ ପୃଥିବୀର ସମସ୍ତ ଜୀବଙ୍କ ଜୀବନରେ କ୍ରାନ୍ତି ଆଣିବାର କ୍ଷମତା ରଖେ | କିନ୍ତୁ ଏହି ପ୍ରଯୁକ୍ତିବିଦ୍ୟାର ପରିଣାମ ଅଜ୍ଞାତ ବୋଲି ଅନୁମାନ କରାଯାଉ ଅଛି | ଏହା ବିଭିନ୍ନ ନୈତିକତା ଏବଂ ବିବାଦର ଶିକାର ମଧ୍ୟ ହେଉଛି  । ନିକଟରେ ପ୍ରୋଟୋସେଲ୍ ଗବେଷଣା (protocell research) "କୃତ୍ରିମ ଜୀବନ" ର ଅସ୍ପଷ୍ଟ ସଂଜ୍ଞାର ସମାଲୋଚକଙ୍କ ସମେତ ବିବାଦ ଏବଂ ବିରୋଧୀ ମତାମତ ସୃଷ୍ଟି କରିଛି |  ଜୀବନର ଏକ ମୌଳିକ ୟୁନିଟ୍ ର ସୃଷ୍ଟି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା, ଯଦିଓ ପ୍ରୋଟୋସେଲ୍ ବିଷୟରେ ସବୁଠାରୁ ବ୍ୟାପକ ଚିନ୍ତା ହେଉଛି ଅନିୟନ୍ତ୍ରିତ ପ୍ରତିକୃତି ମାଧ୍ୟମରେ ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରତି ସେମାନଙ୍କର ସମ୍ଭାବ୍ୟ ବିପଦ |

REFERENCES :-

  1. https://www.ncbi.nlm.nih.gov/pmc/articles/PMC5222523/#:~:text=Research%20on%20these%20synthetic%20cells,iv
  2. https://en.wikipedia.org/wiki/Artificial_cell#Synthetic_cells

IMAGE SOURCES :-

  1. https://biotechscope.com/genetically-minimal-synthetic-cells-reveal-new-essential-cell-division-genes/

Written By-
Bhrijesh Mishra and Mrunal Nanda

Post a Comment

0 Comments
* Please Don't Spam Here. All the Comments are Reviewed by Admin.