ମାଧ୍ୟାକର୍ଷଣ ତରଙ୍ଗ



ମାଧ୍ୟାକର୍ଷଣ ତରଙ୍ଗର ଆବିଷ୍କାର ହେଉଛି ବିଜ୍ଞାନ ଓ ଇଂଜିନିୟରିଂର ଏକ ଚମତ୍କାର ମିଶ୍ରଣ। ଯେତେବେଳେ ମହାକାଶରେ ଏକ ବସ୍ତୁ ତ୍ୱରାନ୍ୱିତ ହୁଏ, ଏହା ଶୂନ୍ଯ (3d) ଓ ସମୟ (1d) (ଏକ ଚତୁର୍ବିମିତିୟ ସ୍ଥାନାଙ୍କ)ରେ କ୍ଷୁଦ୍ର ତରଙ୍ଗ (ripple) ସୃଷ୍ଟି କରେ, ଯାହା ମାଧ୍ୟାକର୍ଷଣ ତରଙ୍ଗ ନାମରେ ଜଣାଶୁଣା। ଏହି ବୈଜ୍ଞାନିକ ଅନୁଶୀଳନ ଜୁଆର ଶକ୍ତି ଉପରେ ପର୍ଯ୍ୟବେସିତ, ଯାହା ବ୍ରହ୍ମାଣ୍ଡରେ କୋଟି କୋଟି ଆଲୋକବର୍ଷ ଧରି ଘୁରି ବୁଲୁଛି। ଯାହା ଡିଟେକ୍ଟର ଗୁଡିକରେ ପରୀକ୍ଷଣ ବସ୍ତୁତ୍ବ ଉପରେ ଷ୍ଟ୍ରେନ୍ ଭାବେ ରେକର୍ଡ କରାଯାଇଛି। ଏହା ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ବର ଗାଣିତିକ ସମୀକରଣ ସହାୟତାରେ ପ୍ରମାଣ କରାଯାଇଛି। ଏହା ୨୦୧୭ମସିହାରେ ନୋବେଲ ପୁରଷ୍କାର ଲାଭ କରିଥିଲା। ମାଧ୍ୟାକର୍ଷଣ ତରଙ୍ଗ ପଦାର୍ଥର ବହୁଳ ଗତି(bulk motion of matter) ଦ୍ବାରା ସୃଷ୍ଟି ହୁଏ। ଏହା ଏକ ଭିନ୍ନ ପ୍ରକାରର ସୂଚନା ବହନ କରେ ଯାହା କ୍ଷୟପ୍ରାପ୍ତ ନହୋଇ ଗତି କରିପାରେ, ଯଦିଓ ଏହା ସବୁଠାରୁ ଦୁର୍ବଳ ଶକ୍ତି। ଏହି ମାଧ୍ୟାକର୍ଷଣ ତରଙ୍ଗର ସନ୍ଧାନ ଆମକୁ ବିଗ୍ ବ୍ୟାଙ୍କର ୧୦-୨୪ ସେକେଣ୍ଡର ପର ଘଟଣା ବିଷୟରେ ଆମକୁ ଅବଗତ କରାଏ।


LIGO

ମାଧ୍ୟାକର୍ଷଣ ତରଙ୍ଗର କଳ୍ପନା ଏକ ମେସିନ ତିଆରିରେ ବ୍ୟବହୃତ ହୁଏ ଯାହା ମୁକ୍ତ ଭାବରେ ଖସୁଥିବା ଦୁଇଟି ବସ୍ତୁର ଦୂରତା ପରିବର୍ତ୍ତନକୁ ମାପ କରିବା ପାଇଁ ବ୍ୟବହାର କରାଯାଇପାରିବ। ଯେହେତୁ ଦୁଇଟି ବସ୍ତୁ ମାଧ୍ୟାକର୍ଷଣ କ୍ଷେତ୍ରରେ ଅଛନ୍ତି ତେଣୁ କ୍ଷେତ୍ର ପରିମାପରେ ପରିବର୍ତ୍ତନ ହିଁ ମାଧ୍ୟାକର୍ଷଣ ତରଙ୍ଗର ଉପସ୍ଥିତିକୁ ନିର୍ଦ୍ଧାରଣ କରିଥାଏ ।ତେଣୁ LIGO( Laser Interferometer Gravitational wave Observatory)ର ନିର୍ମାଣ ହୋଇଥିଲା।

ବୃହତ୍ ଗ୍ରାଉଣ୍ଡ ବେସଡ୍ ଡିଟେକ୍ଟର ଯଥା LIGO, Virgo ଇତ୍ୟାଦି ବିମ୍ ଇନ୍ଟରଫେରୋମିଟରର ମୌଳିକ ନିୟମ ହେଉଛି ଯେତେବେଳେ ଦୁଇଟି ଲେସର୍ ପରସ୍ପର ସହିତ ପ୍ରତିକ୍ରିୟା କରନ୍ତି, ସେତେବେଳ ସେମାନେ ଏକ ପ୍ରକାର ସଂରଚନା ତିଆରି କରନ୍ତି ଯାହାକୁ ଆମେ ବିଶ୍ଳେଷଣ କରିପାରିବା।LIGO ଗୋଟିଏ ଲେଜର ଇନ୍ ପୁଟ୍ ସହିତ ଭ୍ୟାକୁମ୍ ହୋଇଥିବା L ଆକାରର ରଶ୍ମି ବିଭାଜକ ( beam splitter) ଓ ଗୋଟିଏ ଫଟୋଡିଟେକ୍ଟର ଦ୍ବାରା ତିଆରି ହୋଇଥାଏ। ମାଧ୍ୟାକର୍ଷଣ ତରଙ୍ଗର ବସ୍ତୁ ଉପରେ ପ୍ରଭାବ ବହୁତ କମ୍ ଥାଏ, ତେଣୁ ବାହୁ ଗୁଡ଼ିକ ଲମ୍ବା ରଖାଯାଏ।

ରଶ୍ମି ବିଭାଜକ ଆସୁଥିବା ଆଲୋକ ରଶ୍ମିକୁ ୨ଭାଗରେ ବିଭକ୍ତ କରେ। ଗୋଟିଏ ସିଧା ଯାଏ ଓ ଅନ୍ୟଟି ସମକୋଣରେ ଯାଇଥାଏ। ଦୁଇ ମୁଣ୍ଡରେ ବହୁତ ଗୁଡିଏ ଦର୍ପଣ ଆଲୋକକୁ ପ୍ରତିଫଳନ କରନ୍ତି ଓ ମଧ୍ୟମ ଦର୍ପଣରେ ଏକାଠି ମିଳିତ ହୁଅନ୍ତି ଓ ଏହାକୁ ଏକ ପରଦା ଉପରେ ନିକ୍ଷେପ କରାଯାଏ ଯେଉଁଠାରେ ଆଲୋକର ଅଧ୍ୟୟନ କରାଯାଏ। ଯେହେତୁ ଆଲୋକର ଉଭୟ ରଶ୍ମି ସମାନ ଦୂରତା ଭ୍ରମଣ କରେ, ତେଣୁ ଯାହା ବାଧା ଆସେ ତାହା ସ୍ଥିର ରହେ। ଦୁଇଟି ରଶ୍ମିର ମିଶ୍ରଣ ସହିତ ସମାନ ପ୍ରାକ୍ ବିଭାଜିତ ରଶ୍ମି ଗଠନ କରନ୍ତି କିମ୍ବା ଆଲୋକ ରହିବ ନାହିଁ। ଇନ୍ଟରଫେରେନସରେ ପରିବର୍ତ୍ତନ ରଶ୍ମିର ଆଚରଣରେ ପରିବର୍ତ୍ତନ ଆଣେ। ଏହା ପର୍ଯ୍ଯବେକ୍ଷକଙ୍କୁ ସତର୍କ କରାଏ।ଏହା ସହିତ ଚିତ୍ରରେ ଦେଖାଯାଇଥିବା ଭଳି ୨ଟି ଆଂଶିକ ପ୍ରତିଫଳକ ଦର୍ପଣ ରଖାଯାଇଛି, ଯାହାଦ୍ୱାରା ଲେଜର ରଶ୍ମି ପାଇଁ ଅତିରିକ୍ତ ପ୍ରତିଫଳନ ପଥ ସୃଷ୍ଟି କରାଯାଇ ପାରିବ।

Written By-
Sweta Sethi

Post a Comment

0 Comments
* Please Don't Spam Here. All the Comments are Reviewed by Admin.