ଏକ ଗ୍ରହାଣୁ ଯାହାର ମୂଲ୍ୟ ୧ ଟ୍ରିଲିୟନ୍ କୋଟି ଡଲାର

ଇଂରାଜୀ ରେ ଏହି ଲେଖନୀ କୁ ପଢ଼ିବା ପାଁଇ ଏଠାରେ କ୍ଲିକ୍ କରନ୍ତୁ ।

କେବେ ଆପଣ ଶୁଣିଛନ୍ତିକି ଏକ ଗ୍ରହାଣୁ ବିଷୟରେ, ଯାହାର ମୂଲ୍ୟ ଏକ ଟ୍ରିଲିୟନ୍ କୋଟି ଡଲାର, ସମ୍ପୂର୍ଣ୍ଣ ବିଶ୍ଵର ଅର୍ଥନୀତିଠାରୁ ବହୁଗୁଣରେ ଅଧିକ । ଯଦି କେବେ ସମସ୍ତ ଗ୍ରହାଣୁକୁ ବାହାର କରାଯାଏ ଓ ପୃଥିବୀକୁ ଅଣାଯାଏ, ଆଉ ସବୁ ଟଙ୍କା ପୃଥିବୀର ପ୍ରତ୍ୟେକବ୍ୟକ୍ତିଙ୍କ ମଧ୍ୟରେ ବଣ୍ଟାଯାଏ, ତେବେ ପ୍ରତ୍ୟେକବ୍ୟକ୍ତି ଜଣେ ଜଣେ କୋଟିପତି ହୋଇଯିବେ । ତେବେ,ଜଣେ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଅନ୍ନିବେଲ୍ ଡି ଗାସ୍ପାରିସ୍(Annibale de Gasparis) ୧୭ ମାର୍ଚ୍ଚ ୧୮୫୨ ରେ ନାପ୍ଲାସ(Naples) ନାମକ ସ୍ଥାନରେ ‘ସାଇକ୍-୧୬ (Psyche-16)’ ନାମକ ଗ୍ରହାଣୁକୁ ଆବିଷ୍କାର କରିଥିଲେ ।

ତେବେ, ଚାଲନ୍ତୁ ସାଇକ୍-୧୬ର ଭୌତିକଧର୍ମ ଉପରେ ନଜର ପକାଇବା । ଏହା ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଥିବା ଗ୍ରହାଣୁପୁଞ୍ଜ ବଳୟ ମଧ୍ୟରେ ଚିହ୍ନଟ ହୋଇଛି । ଏହାର ବସ୍ତୁତ୍ଵ ପାଖାପାଖି ୨.୭୩ ×୧୦୧୯ କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଉଛି, ଏବଂ ତାପୀୟ ଅବଲୋହିତ ରଶ୍ମି ଉତ୍ସର୍ଜନ ପର୍ଯ୍ୟବେକ୍ଷଣ (Thermal Infrared Emission scan) ଦ୍ଵାରା ଏହାର ବ୍ୟାସ ୨୫୩ କିଲୋମିଟର ବୋଲି ଅନୁମାନ କରାଯାଉଛି । ଏହା ମିରୋଏ (Meroe) ଓ ପାନ୍ଥିଆ (Panthia) ନାମକ ୯୦ କିଲୋମିଟର ଦୂରତାରେ ଥିବା ଦୁଇଟି ବୃହତ୍ ଗହ୍ଵର (crater) ଦ୍ଵାରା ଗଠିତ । ସାଇକ୍ (Psyche)ର ଉପରସ୍ତରକୁ ପରୀକ୍ଷା କରିବାଦ୍ୱାରା ସେଥିରେ ୯୦% ଧାତୁ ଓ ୧୦% ସିଲିକେଟ୍ ପଥର ଥିବା ଜଣାପଡ଼ିଛି। ଏହି ଧାତୁଗୁଡ଼ିକ ମୁଖ୍ୟତଃ ନିକେଲ୍ ଓ ଲୌହଜାତୀୟ ଧାତୁ ମିଳିଥାଏ । ଏହା ପ୍ରମାଣ କରେ ଯେ ଗ୍ରହାଣୁ ସାଇକ୍-୧୬ ଏକ ବୃହତ୍ ଗ୍ରହର ଧାତବ କେନ୍ଦ୍ର (metallic core) ବା ଏହାର କିଛି ଅଂଶ ଯାହା ଏକ ୫୦୦ କିଲୋମିଟର ବ୍ୟାସ ବିଶିଷ୍ଟ ଗ୍ରହ ଯାହା ଶହ ଶହ କୋଟି ବର୍ଷ ପୁର୍ବରୁ ଜୀବିତ ଥିଲା ।


ନାସା (NASA) ଜାନୁଆରୀ ୪, ୨୦୧୭ ରେ ‘ସାଇକ୍-୧୬ ମହାକାଶ ଯାତ୍ରା’ ମିଶନ୍ କୁ ଅନୁମୋଦନ କରିଥିଲେ। ଯାହା ଅକ୍ଟୋବର ୨୦୨୩ରେ ଉତକ୍ଷେପଣ ହେବାର ଅଛି। ଏହା ପୃଥିବୀ ମାଧ୍ୟାକର୍ଷଣ ସହାୟତାରେ ଏକ ମାନ୍ୟୁଭର୍ ବା ଗତି (Earth Gravity assist maneuver), ଦ୍ୱାରା ୨୦୨୫ ମସିହାରେ ମଙ୍ଗଳଗ୍ରହ ପାର୍ଶ୍ୱ ଦେଇ ଗତି କରିବା ପରେ ଗ୍ରହାଣୁ ପାଖରେ ୨୦୩୦ରେ ପହଞ୍ଚିବ। ସାଇକ୍-୧୬ ମହାକାଶଯାତ୍ରା ପାଇଁ ଇଲନ୍ ମସ୍କଙ୍କର (Elon Musk) ସ୍ପେସ୍-ଏକ୍ସ(Space-X) କମ୍ପାନୀ ଓ ନାସା ସହ ମିଳିତ ସହଯୋଗରେ ୧୧୭୦ ଲକ୍ଷ ଡଲାର ବଜେଟର ଏକ ପ୍ରକଳ୍ପର ଚୁକ୍ତି ସ୍ୱାକ୍ଷର ହୋଇଛି।

ଯାହା ହେଉନା କାହିଁକି ଏବେ ଆମ ପାଖରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ନାହିଁ, ଯାହାଦ୍ୱାରା ଆମେ ଗ୍ରହାଣୁ ଗୁଡ଼ିକୁ ଉତ୍ତୋଳନ କରି ପୃଥିବୀକୁ ଆଣି ପାରିବା । କିନ୍ତୁ ଭବିଷ୍ୟତରେ ଆମେ ଯେତେବେଳେ ଏହା କରିବାକୁ ସମର୍ଥ ହେବା, ସେତେବେଳେ ଆମକୁ ଭୁ-ତ୍ୱକ୍ ରୁ ଖଣିଜ ଉତ୍ତୋଳନ କରିବାକୁ ପଡିବ ନାହିଁ।

Courtesy:- The Wikipedia, Forbes.com

References :

  1. https://images.app.goo.gl/6TrD2vUduAxKYhEM6
  2. https://images.app.goo.gl/L1pD9oX89hk2sAku5
  3. https://images.app.goo.gl/UxiwNyE5tRJDaQ9o9

Written By-
Adarsh Subham

Post a Comment

0 Comments
* Please Don't Spam Here. All the Comments are Reviewed by Admin.